pakka

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ଅଫ୍‌ ରାଉରକେଲାର ସାଧାରଣ ସମ୍ପାଦିକା ହେଲେ ସଂଗୀତା ଜେନା

bbehera

ରାଉରକେଲା : ରାଉରକେଲାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ଅଫ୍‌ ରାଉରକେଲାରେ ନିତିଦିନ ସମ୍ବାଦପତ୍ର ରାଉରକେଲା ଜିଲ୍ଲା ପ୍ରତିନିଧି ସଂଗୀତା ଜେନାଙ୍କୁ ସାଧାରଣ ସମ୍ପାଦିକା ଭାବେ ମନୋନୀତ କରାଯାଇଛି । ସେକ୍ଟର ୨୧ ସ୍ଥିତ ସଂଘ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଏହାର ନିଷ୍ପତି ନିଆଯାଇଥିଲା । ପେଶାଦାର ସାମ୍ବାଦିକଙ୍କ କଲ୍ୟାଣ ଓ ସାମାଜିକ ଦାୟିତ୍ୱ ନିର୍ବାହ କରିବା ଦିଗରେ ସଂଘ ବିଭିନ୍ନ ପଦକ୍ଷେପ ନେବ ବୋଲି ନୂତନ ସମ୍ପାଦିକା ଶ୍ରୀମତୀ ଜେନା ମତବ୍ୟକ୍ତ କରିଛନ୍ତି । ତୃଣମୂଳ ସ୍ଥରରେ ସାମ୍ବାଦିକଙ୍କ ଆର୍ଥିକ ଉନ୍ନତି ଓ ସାମାଜିକ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯିବ ବୋଲି ସାଧାରଣ ସମ୍ପାଦିକା କହିଛନ୍ତି । ଉକ୍ତ ବୈଠକରେ ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପସଭାପତି ଦିଲୀପ ଶର୍ମା, କୁଞ୍ଜ ବିହାରୀ ରାଉତ, ଗାନ୍ଦୁର ଓରାମ, ସରୋଜ ଜେନା, ଶୈଳେନ୍ଦ୍ର ସାହୁ, ସୁରଥ ବାରିକ, ଅରୁଣ ଦାଶ, ଉତ୍ତମ ବେହେରା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

five × 4 =

error: Content is protected !!