jsm

ପଦ୍ମପୁର ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ପକ୍ଷରୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୩ତମ ଜନ୍ମଦିନ ପାଳନ କରାଯାଇଛି । ଏ ଅବସରରେ ପାଇକମାଳ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନଠାରେ ଅନ୍ତେବାସୀଙ୍କ ଗହଣରେ କେକ୍ କଟାଯାଇ ଶ୍ରୀ ପ୍ରଧାନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହାପରେ ପ୍ରଭୁ ନୃସିଂହନାଥଙ୍କଠାରେ ଦୀପ ପ୍ରଜ୍ୱଳନ କରାଯାଇ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଗୋବର୍ଦ୍ଧନ ଅଗ୍ରୱାଲ, ଶ୍ରୀକାନ୍ତ ପାଣିଗ୍ରାହୀ, ସରୋଜ ପାଣିଗ୍ରାହୀ, ପ୍ରୀତେଶ ବହିଦାର, ସରୋଜ ସାମଲ, କୈଳାସ ଦିଶ୍ରି, ସତ୍ୟ ନାରାୟଣ ବେହେରା, ଅଶୋକ ମିଶ୍ର, ଯୋଗେନ୍ଦ୍ର ଭୋଇ, କୁନାଲ ପାଣିଗ୍ରାହୀ, ମଣ୍ଟୁ ପାଣ୍ଡେ, ଅମିତ୍ ଗର୍ଗ, ଲକ୍ଷ୍ମୀକାନ୍ତ ବରିହା, ଦୀନେଶ ବାରିକ, ଧନସିଂ ତାଣ୍ତି, ରୁକମଣ ସେଠଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.