jsm

ମହାରାଜ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାରାଜ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ବଲାଙ୍ଗିର ରାଜେନ୍ଦ୍ର ପାର୍କଠାରେ ପାଳିତ ହୋଇଯାଇଛି । ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ରାଜେନ୍ଦ୍ର ଯୁବକ ସଂଘର ସଂପାଦକ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ପରିଚାଳନାରେ ରାଜେନ୍ଦ୍ର ପାର୍କ ସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରି ଜୟନ୍ତୀ ପାଳିତ ହୋଇଥିବା ବେଳେ ଏହି ସମାରୋହରେ ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସାମ୍ବାଦିକ ସନ୍ଦୀପ କୁମାର କୁଅଁର ଓ ଉପପୌରାଧ୍ୟକ୍ଷା ଗାୟତ୍ରୀ ଭୋଇ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରି ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ନିର୍ବାଚିତ ପୌର କାଉନସିଲର ବୃନ୍ଦ, ଜିଲ୍ଲା ବିଜେଡି ମହିଳା ସଭାପତି ଦମୟନ୍ତୀ ବାଗଙ୍କ ସମେତ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗଦେଇ ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.