ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମବାର୍ଷିକୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ଯାଜପୁର ଜିଲ୍ଲାରେ ବିରଜା ଆଇନ ମହାବିଦ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସ ସାରସ୍ୱତ ମଞ୍ଚ ତରଫରୁ ଜନ୍ମ ଜୟନ୍ତୀ ପାଳନ ଓ ସମ୍ବର୍ଦ୍ଧନା ଉତ୍ସବ ସଭାପତି ତଥା ମହାସଚିବ ଘନ ପରିଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲ୍ଲାର ପ୍ରାକ୍ତନ ପୌରପାଳକ ଭବପ୍ରସାଦ ଦାସ ଉଦ୍‌ଘାଟକ, ଗିରିଜା ଶଙ୍କର ବର୍ମା ମୁଖ୍ୟ ଅତିଥି, ଶିକ୍ଷାବିତ୍‌ ତଥା ସାହିତ୍ୟିକ ବଟକୃଷ୍ଣ ମହାପାତ୍ର ଇତ୍ୟାଦି ଅତିଥିମାନଙ୍କ ଗହଣରେ ମହାସମାରୋହରେ ପାଳିତ ହୋଇଯାଇଛି । ଇସ୍ପାତ ନଗରୀ ରାଉରକେଲାରୁ କବି, ଶିକ୍ଷୟିତ୍ରୀ ତଥା ସମାଜସେବୀ ଶ୍ରୀମତୀ ନିରୁପମା ପତିଙ୍କୁ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ – ୨୦୨୩ ପ୍ରଦାନ କରାଯାଇଥିଲା । ଅତିଥିମାନେ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ଶ୍ରୀମତୀ ନିରୁପମାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀମତୀ ପତିଙ୍କ ସୁଦୂର ରାଉରକେଲାରୁ ଉପସ୍ଥିତ ହୋଇ ଚମତ୍କାର ସଂଯୋଜନା ତଥା ସାହିତ୍ୟ ଓ ସମାଜ ସଂସ୍କାରକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବାରୁ ସମସ୍ତ ସାହିତ୍ୟିକ, ସଂଗଠକ, ଭାଷାବିତ୍, ଶିକ୍ଷାବିତ୍‌, ଆଇନଜୀବୀମାନେ ବହୁ ପ୍ରଶଂସା କରିଥିଲେ । ଶ୍ରୀମତୀ ନିରୁପମା ସୁନାଫୁଲ ସାହିତ୍ୟ ସଂସଦର ସାଂସ୍କୃତିକ ସମ୍ପାଦିକା ପଦବୀରେ ଦୀର୍ଘ ଦିନ ଧରି ସଫଳ କାର୍ଯ୍ୟକ୍ରମ କରି ଆସୁଛନ୍ତି । ସେଥିପାଇଁ ଶ୍ରୀମତୀ ନିରୁପମା ପତି ମଧ୍ୟ ଅନୁଷ୍ଠାନର ସଭାପତି, ସମ୍ପାଦକ ତଥା ସମସ୍ତ କର୍ମୀ ବୃନ୍ଦଙ୍କୁ ଅଜସ୍ର ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

17 − seven =