pakka

ଅସ୍ତିତ୍ଵ ଓ ପିଇସିଟି.ର ମିଳିତ ଆନୁକୁଲ୍ୟରେ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମବାର୍ଷିକୀ ପାଳିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମାଜସେବା ଅନୁଷ୍ଠାନ ଅସ୍ତିତ୍ଵ ଓ ପିଇସିଟି.ର ମିଳିତ ଆନୁକୁଲ୍ୟରେ ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ମହାନ ନେତା , ଅଗଣିତ ଭାରତୀୟଙ୍କୁ ଦେଶ ସେବା ପାଇଁ ଆହ୍ୱାନ ଦେଇଥିବା ଆଜାଦ ହିନ୍ଦଫୌଜର ମହାନ ନାୟକ ଓ ଓଡ଼ିଶାର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ରୋଟାରିଆନ୍ ଡ଼. ଅଚୁତାନନ୍ଦ ପଟ୍ଟନାୟକ ଉଦ୍ଘାଟନ କରି ସୁଭାଷ ଚନ୍ଦ୍ର ବୋଷଙ୍କର ଜୀବନୀ ଓ ନେତୃତ୍ଵ ଉପରେ ଆଲୋକପାତ କରିଥିଲେ । ତାଙ୍କ ମତରେ ଦେଶର ବର୍ତ୍ତମାନର ସାମାଜିକ ଓ ରାଜନୈତିକ କଠିନ ସମୟରେ ନେତାଜୀ ତଥା ଏହିପରି ଅନ୍ୟ ମହାପୁରୁଷ ମାନଙ୍କ ଜୀବନର ସ୍କୃତିଚାରଣରୁ ମିଳୁଥିବା ଶିକ୍ଷା ସାମ୍ପ୍ରତିକ ଯୁବଗୋଷ୍ଠୀ ମାନଙ୍କ ପାଇଁ ପ୍ରେରଣା ଓ ଉସାହ । ତେଣୁ ଅସ୍ତିତ୍ଵ ଓ ପିଇସିଟି ତରଫରୁ ଏପରି କାର୍ୟ୍ୟକ୍ରମକୁ ଡ଼. ପଟ୍ଟନାୟକ ସ୍ଵାଗତ ଜଣାଇବା ସହିତ ଭବିଷ୍ୟତରେ ଏପରି କାର୍ୟ୍ୟକ୍ରମମାନ ଜାରି ରଖିବେ ବୋଲି ଆଶା ପ୍ରକାଶ କରିଥିଲେ ।
କରୋନା ପରିସ୍ଥିତିକୁ ବିଚାର କରି ଏହି କାର୍ୟ୍ୟକ୍ରମଟି ସୀମିତ ଲୋକମାନଙ୍କୁ ନେଇ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସମାଜସେବୀ ସୁରମା ଦାସ, ରୋଟାରିଆନ ସରୋଜଲକ୍ଷ୍ମୀ ପଟ୍ଟନାୟକ, ଆଡ୍‌ଭୋକେଟ୍ ହିମାଂଶୁ ଭୂଷଣ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅସ୍ତିତ୍ଵ ର ସଂପାଦିକା ଡ଼. ମମତା ଦାଶ ଏହି କାର୍ୟ୍ୟକ୍ରମଟିକୁ ସଂଚାଳନ କରିଥିବା ବେଳେ ପିଇସିଟିର ମ୍ୟାନେଜିଙ୍ଗ ଟ୍ରଷ୍ଟୀ ଶ୍ରୀମତୀ ତପସ୍ଵିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

sixteen + eighteen =