କୁଶଙ୍ଗରେ ୫ ଦିନିଆ ଜନତା ସଟ୍‌ଡାଉନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରୁଛି । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ବିଗତ ୨ ଦିନ ମ୍ମରେ ୧୪ ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାଯାଇଛି । ‘ଳରେ ଗ୍ରାମରେ ଲୋକଙ୍କ ମନରେ ଭୟ ସଂଚାର ହୋଇଛି । ତେଣୁ ଗ୍ରାମ୍ୟ କମିଟି ନିଷ୍ପତି କ୍ରମେ ଗତକାଲିଠାରୁ ୫ ଦିନିଆ ଜନତା ସଟ୍‌ଢାଉନ ଘୋଷନା ହୋଇଛି । ସୂଚନା ଅନୁଯାୟୀ, ଗତ ସୋମବାର ପୂର୍ବରୁ କୁଶଙ୍ଗ ଗ୍ରାମରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ମଙ୍ଗଳବାର ୮ ଜଣ ଓ ବୁଧବାର ୬ ଜଣ ଚିହ୍ନଟ ପରେ ସ୍ଥାନୀୟା ବାସିନ୍ଦା ଭୟଭୀତ ହୋଇପଡିଛନ୍ତି । ତେଣୁ ଗାଁ ରେ କରୋନା ସଚେତନତା ଉପରେ ଗ୍ରାମବାସୀ ଅଧିକ ଧ୍ୟାନ ଦେବା ସହ ଗ୍ରାମ୍ୟ କମିଟି ନିଷ୍ପତି କ୍ରମେ ୭ ତାରିଖ ରୁ ୧୧ ତାରିଖ ପ୍‌ର୍ଯ୍ୟନ୍ତ ଜନତା ସଟ୍‌ଡାଉନ ଘୋଷଣା କରାଯାଇଛି । ଏଥିରେ ଜରୁରୀ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ସମେତ ଚଳିତ ସପ୍ତାହର ସାପ୍ତାହିକୀ ଶନିବାର ବଜାର ମ୍ମ ବନ୍ଦ ରଖିବାକୁ ଘୋଷଣା ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.