pakka

ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

bbehera

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିଦିନ ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ । ବିକାଶର ବାର୍ତ୍ତା ଦେଇ ଲୋକଙ୍କ ମନରେ ଘର କରି ପାରିଥିବା ବିଜୁ ଜନତା ଦଳକୁ ଅଦ୍ଭୁତ ପୂର୍ବ ଲୋକ ସମର୍ଥନ ମିଳୁଛି । ଏହି ପରିପ୍ରେକ୍ଷୀରେ ମୁକେଶ ଜୈନଙ୍କ ନେତୃତ୍ୱରେ ଟିଟିଲାଗଡ ବ୍ଲକ୍‌ର ପରାସରା ଓ ଗୁଡ଼ଭେଲା ବ୍ଲକ୍‌ର ବୀରମୁଣ୍ଡା ଗ୍ରାମ ପଞ୍ଚାୟତର ବିଜେପି କର୍ମୀମାନେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି ସମସ୍ତଙ୍କର ଯୋଗଦାନ ବିଜୁ ଜନତା ଦଳକୁ ଆହୁରି ସଶକ୍ତ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀମତୀ ସାହୁ କହିଛନ୍ତି । ସେହିପରି ସଇଁତଳା ପୂର୍ବତନ ସରପଞ୍ଚ ଭୀମସେନ ସ୍ୱାଇଁ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଏହି ଅବସରରେ ସଇଁତଳା ଅଞ୍ଚଳର ବିଜେଡି ନେତା କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 − three =