pakka

ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀମାନଙ୍କ ସମୀକ୍ଷା ବୈଠକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟି ଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସେକ୍ଟର ଅଧିକାରୀମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାରେ ନିଯୁକ୍ତ ସେକ୍ଟର ଅଧିକାରୀମାନେ ଭୀମଭୋଇ ମେଡ଼ିକାଲ୍‌ କଲେଜ ଅଡିଟୋରିମ୍‌ରେ ଉପସ୍ତିତ ଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମସ୍ତ ସେକ୍ଟର ଅଧିକାରୀଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଥିଲେ । ରିଟର୍ନିଙ୍ଗ ଅଧିକାରୀ ଏବଂ ପ୍ରିଜାଡିଙ୍ଗ ଅଧିକାରୀଙ୍କ ମଧ୍ୟରେ ସେମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥାନ୍ତି । ପୋଲିଙ୍ଗ ଅଧିକାରୀ ଓ ପ୍ରିଜାଡିଙ୍ଗ ଅଧିକାରୀଙ୍କୁ ସାଧାରଣ ନିର୍ବାଚନ ପରିଚାଳନା ନିଜ ନିଜ ଦାୟିତ୍ୱ କିପରି ନିର୍ଭୁଲ ଭାବରେ ତୁଲାଇବେ ସେ ସମ୍ପର୍କରେ ସେକ୍ଟର ଅଧିକାରୀମାନେ ସମ୍ବେଦନଶୀଳ ହେବାକୁ କହିଥିଲେ । ପୋଲିଙ୍ଗ ଅଧିକାରୀମାନେ କିପରି ବ୍ୟବସ୍ଥିତ ଭାବେ ପ୍ରଦର୍ଶନ କେନ୍ଦ୍ରରୁ ବୁଥ୍ ପର୍ଯ୍ୟନ୍ତ ଯିବେ ଓ ବୁଥ୍‌ର କେଉଁ ଅଧିକାରୀଙ୍କ କ’ଣ କ’ଣ କାର୍ଯ୍ୟ ତାହା ଉପରେ ଧ୍ୟାନ ଦେବାକୁ କହିଥିଲେ । ଭୋଟ୍‌ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳା ସହ ଭୋଟ୍‌ ଦାନ ପ୍ରକିୟା କିପରି ହେବ, ସେକ୍ଟର ଅଧିକାରୀଙ୍କ କିପରି ଯୋଗାଯୋଗ ରଖି ସୂଚନା ଦେବେ ସେ ବାବଦରେ ଆଲୋଚନା କରିଥିଲେ । ଏଥି ସହିତ, ଜିଲ୍ଲାପାଳ ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପ୍ରିଜାଡିଙ୍ଗ / ପୋଲିଙ୍ଗ ଅଧିକାରୀଙ୍କୁ ସୁବିଧା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ଶାରୀରିକ ସମସ୍ୟା ଦେଖାଦେଲେ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କହିଥିଲେ । ନିର୍ବାଚନ ପାଇଁ ପ୍ରତ୍ୟେକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଔଷଧ, ଆମ୍ବୁଲାନ୍ସ ଓ ଜରୁରୀ ସେବା ସହ ଡାକ୍ତରମାନେ ଉପସ୍ଥିତ ରହିବେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ସେହିପରି କୌଣସି ଅସୁବିଧା ହେଲେ ତୁରନ୍ତ ସମ୍ପୃକ୍ତ ଅଧିକାରୀ ଉପରିସ୍ତ ଅଧିକାରୀମାନଙ୍କୁ ଜଣେଇବା ସହ ସମାଧାନ କରିବାକୁ ଆବଶ୍ୟକ ପଦକ୍ଷେପ ନେବେ । ହୋମ୍‌ ଭୋଟିଂ, ଭୋଟିଂ ଗୃହ, ପ୍ରିଜାଡିଙ୍ଗ/ ପୋଲିଙ୍ଗ ଅଧିକାରୀଙ୍କ ରହିବା ସୁବିଧା ଆଦିକୁ ବିଶେଷ ଧ୍ୟାନ ଦେବା ସହ ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ, ସାଇନେଜ ଆଦି ସମସ୍ତ ବୁଥ୍‌କୁ ଗ୍ରସ୍ତ କରି ଦେଖିବାକୁ ନିର୍ଦେଶ ଦେଇଥିଲେ ।

Leave A Reply

Your email address will not be published.

thirteen − 13 =