pakka

ଅଘରିଆ ସମାଜର ଏକ ଜରୁରୀ ବୈଠକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସକାଳ ୯ଟା ସମୟରେ ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ଅଧ୍ୟକ୍ଷତାରେ କନ୍ଧପାଲିପଡା ସ୍ଥିତ ଅଘରିଆ ଭବନଠାରେ ଏକ ଜରୁରୀ ବୈଠକ ୪ ମଣ୍ଡଳ ସଭାପତି, ୧୮ ଗୁଡ଼ି ସଭାପତି, ଉପଦେଷ୍ଟା ମଣ୍ଡଳୀ ସଭ୍ୟ, କେନ୍ଦ୍ର କମିଟି, ମହିଳା ମଞ୍ଚ, ଯୁବା ମଞ୍ଚ, କୃଷକ ମଞ୍ଚ, ନିର୍ମାଣ କମିଟି, ପୁସ୍ତକ କମିଟି ଓ ଶିକ୍ଷା କମିଟି ସହ ଶତାଧିକ କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଏକ ଶୃଙ୍ଖଳିତ ସମାଜ । ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, କୃଷିର ଉନ୍ନତି ଓ ସମାଜର ସଂସ୍କୃତି, ପରମ୍ପରା ତଥା ସମାଜର ଏକତା ରକ୍ଷା ପାଇଁ କାର୍ଯ୍ୟ କରୁଛି । ସମାଜର ଏକତା, ସଂସ୍କୃତି, ପରମ୍ପରା, ଭାଇଚାରା ବଜାୟ ରଖିବା ପାଇଁ ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରୁନାହିଁ । ସମାଜର ସମସ୍ତ ବ୍ୟକ୍ତି ସ୍ୱାଧୀନ ଭାବେ ନିଜ ନିଜ ପସନ୍ଦର ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ମତ ସାବ୍ୟସ୍ତ କରି ପାରିବେ । କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ନେଇ ସମାଜର କୌଣସି ବ୍ୟକ୍ତି ସମାଜର ନାମରେ ସଭା ଆୟୋଜନ କରିପାରିବେ ନାହିଁ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.

4 + 12 =