pakka

ସଇଁତଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଉପସ୍ଥିତ ରହି ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଆପତ୍ତି ଗୁହାରି ଶୁଣି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଏଥିରେ ସଇଁତଲା ସହରରେ ହେଉଥିବା ପାନୀୟ ଜଳ ସମସ୍ୟା ନେଇ ସରପଞ୍ଚ ସୁବ୍ରତ ନାଗ ଲିଖିତ ଅଭିଯୋଗ କରିଥିଲେ । ଜୁରାବନ୍ଦ ପଞ୍ଚାୟତର ହାହାପଡା ଗାଁରେ ପାନୀୟ ଜଳ ପାଇଁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ଏଠାରେ ଏକ ବସୁଧା ଯୋଜନାରେ ସାମିଲ କରିବା ଓ ଜୁରାବନ୍ଦ ଗାଁରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଚାଲିଥିବା ବେଳେ ଜାଗା ଅଭାବ ଦେଖାଦେଇ ଥିବାରୁ ୩୦ ଡ଼ିସମିଲ ଜମି ଦେବା ପାଇଁ ସରପଞ୍ଚ କରିସ୍ମା ନନ୍ଦ ଜିଲ୍ଲାପାଳଙ୍କ ଠାରେ ଦାବୀ କରିଛନ୍ତି । ସେହିପରି ଦୀର୍ଘ ବର୍ଷ ହେଲା ଟିକ୍ରାପଡା ଗ୍ରାମର ଭଗବାନ ରାଜପଲିଆ ପରିବାରରେ ୫ ଜଣ ସଦସ୍ୟ ଥିବା ବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୨ ଜଣଙ୍କୁ ସାମିଲ କରିଥିବା ବେଳେ ଅନ୍ୟମାନେ ଯୋଜନାରୁ ବାଦ ଦେବାରୁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଆଇନ ଶୃଙ୍ଖଲାରେ ବଡ଼ମାଳ ଫାଣ୍ଡି ଅଧିକାରୀ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଲୋକେ ଠିକ୍‌ ଭାବରେ ନ୍ୟାୟ ପାଇ ପାରୁନାହିଁ । ଶାସନ ଦଳର ଚାପରେ ରହି ଜନସାଧାରଣ କୋଣସି କାର୍ଯ୍ୟ କରୁନାହିଁ ବୋଲି ବିଜେପି ନେତା ମହେନ୍ଦ୍ର ଠାକୁର ବଲାଙ୍ଗିର ଏସ.ପିଙ୍କଠାରେ ଦାବୀ କରିଥିଲେ । ଏହି ଜନ ଶୁଣାଣି ସମୟରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥି, ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ଜନ ଶୁଣାଣି ପାଇଁ ୨୬୮ ଜଣ ଲୋକ ପଞ୍ଜିକରଣ କରିଥିଲେ ।

Leave A Reply

Your email address will not be published.

ten + 19 =