csstore

ଆର୍‌.ଡବ୍ଲୁ.ଏସ୍‌.ଏସ୍‌ ବିଭାଗର ନିଘୋଡ ନିଦ୍ରା, ଜନସାଧାରଣ ଦୁର୍ଦ୍ଦଶାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସରକାର ଘରେ ଘରେ ଶୁଦ୍ଧ ପାଣି ପହଞ୍ଚାଇବା ପାଇଁ ଆରମ୍ଭ କରିଥିଲେ ‘ଘରେ ଘରେ ଜଳ’ ଯୋଜନା । କିନ୍ତୁ ସଦର ଖପ୍ରାଖୋଲ ତଳିପଡାଠାରେ ଏହି ଯୋଜନା ଆଜି ହୋଇପଡ଼ିଛି ଏକ ମଜାକ । ପାଞ୍ଚ ମାସରୁ ଉର୍ଦ୍ଧ୍ୱ ହେଲା ଗାଁକୁ ସଂଯୋଗ କରିଥିବା ପାଇପ ଭାଙ୍ଗି ଯାଇଛି । ହଜାର ହଜାର ଲିଟର ପାଣି ନଷ୍ଟ ହେଉଛି, ଲୋକେ ପାଣି ଖୋଜୁଛନ୍ତି କିନ୍ତୁ ଆର୍‌.ଡବ୍ଲୁ.ଏସ୍‌.ଏସ୍‌ ବିଭାଗ ନିଘୋଡ଼ ନିଦ୍ରାରେ । ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଗାଁ ବାସୀ କହିଛନ୍ତି “ଆମେ ଅଭିଯୋଗ କଲୁ, ଫୋନ କଲୁ, କିନ୍ତୁ କେହି ଆସି ଦେଖିଲେ ନାହିଁ ।” ଏନେଇ କିଛି ଦିନ ପୂର୍ବରୁ ଯନ୍ତ୍ରୀ ଶ୍ୟାମ କୁମାରଙ୍କୁ ପଚାରିବାରୁ ସେ କହିଥିଲେ ପାଇପ ମରାମତି କରାଯିବ କିନ୍ତୁ ଦୁର୍ଭାଗ୍ୟର କଥା ଭଙ୍ଗା ପାଇପ ଯେମିତି କି ସେମିତି ଅଛି । ସରକାରୀ ଯୋଜନା ଦେଖାଯାଉଛି ମାତ୍ର କାଗଜପତ୍ରରେ । ଗାଁ ବାସୀ ଏବେ ଚେତାବନୀ ଦେଇଛନ୍ତି “ଯଦି ଶୀଘ୍ର ପାଇପ ମରାମତି ନହୁଏ, ତେବେ ଆମେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ । ”

jayashree
Leave A Reply

Your email address will not be published.