oom

୪ଦିନ ହେଲା ହୁହୁ ହୋଇ ସଂରକ୍ଷଣ ଜଙ୍ଗଲରେ ଜଲୁଛି ନିଆଁ

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅଧିନ ଟଙ୍କପାଣି ସେକ୍ସନ ସଂରକ୍ଷଣ ଜଙ୍ଗଲରେ ୪ଦିନ ହେବ ହୁହୁ ହୋଇ ଜଲୁଛି ନିଆଁ । ଏହି ନିଆଁ ଗତ କିଛି ଦିନ ହେବ ସାନଗୁର୍ଜିଭଟା, ମସିଣା ଜଙ୍ଗଲରେ ଜଲୁଥିଲା ହେଲେ ଧିରେ ଧିରେ ନିଆଁ ଚାନ୍ଦଲି ଜଙ୍ଗଲର ସବୁ ଆଡକୁ ମାଡି ଆସି ଏବେ ଟଙ୍କପାଣି, ବୁଢାଛାପର ଗାଁ ପଟର ଜଙ୍ଗଲରେ ଜଲୁଥିବା ଦେଖିବାକୁ ମିଳୁଛି । ଜଙ୍ଗଲରେ ଜଲୁଥିବା ନିଆଁରେ ଔଷଧିୟ ଗଛ ବିଭିନ୍ନ ପ୍ରକାର ଗଛ ଓ ଜୀବଜନ୍ତୁ କୀଟ ପତଙ୍ଗ ସବୁ ନିଆଁରେ ପୋଡି ଛାରଖାର ହୋଇ ଯାଉଛ‌ନ୍ତି । ଜଙ୍ଗଲରେ ନିଆଁ ଜଳୁ ଥିବାରୁ ସମସ୍ତ ଜୀବ ଜନ୍ତୁ ଗାଁ ମୁହାଁ ହୋଇ ଚାଷୀଙ୍କ ଚାଷ ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଜଙ୍ଗଲ ହରିଶଙ୍କର ଗନ୍ଧମାର୍ଦନ ପର୍ବତକୁ ସଂଯୋଗ ହୋଇଛି । ହେଲେ ଏଠି ୪ଦିନ ହେବ ହୁହୁ ହୋଇ ନିଆଁ ଜଲୁଥିବା ରାସ୍ତାରେ ଯାଉଥିବା ଲୋକେ ଦେଖୁଛନ୍ତି । କିନ୍ତୁ ବନବିଭାଗ ଏହି ଘଟଣାସ୍ଥଳକୁ ଆସୁ ନଥିବା ଜଣାପଡୁଛି । ଜଙ୍ଗଲ ସୁରକ୍ଷା ପାଇଁ ସରକାର ବନ ବିଭାଗକୁ କୋଟି କୋଟି ଟଙ୍କା ଦେଉଛନ୍ତି । ଏହି ନିଆଁ ଲିଭାଇବା ପାଇଁ ସ୍କ୍ବାଡ୍ ଟିମ୍ ମଧ୍ୟ ଗଠନ କରାଯାଇଛି ଅନ୍ୟ ପଟେ ପେଟ୍ରୋଲିଂ କରିବାକୁ ଗୋଟିଏ ଗାଡି ମଧ୍ୟ ଦିଯାଇଛି ।ହେଲେ ୪ଦିନ ହୋଇଗଲାଣି ବନବିଭାଗ କଣ କରୁଛି ତାହା ନେଇ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।ଯାହାକି ଟଙ୍କପାଣି ସେକ୍ସନ ଫରେଷ୍ଟର ମଧ୍ୟ ଜଙ୍ଗଲରେ ନିଆଁ ଜଲୁଥିବା ଘଟଣାସ୍ଥଳକୁ ଆସିନଥିବା ବେଲେ ବାଧ୍ୟ ହୋଇ ଗ୍ରାମବାସୀ ନିଆଁକୁ ଲିଭାଇଥିଲେ ।

jittmm
Leave A Reply

Your email address will not be published.