ଗଞ୍ଜାମ ବ୍ଲକସ୍ତରୀୟ ଜନ ଶୁଣାଣି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ବ୍ଲକସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଡିଓ ଭବାନୀ ଶଙ୍କର ପ୍ରଧାନ ଅଧକ୍ଷତା କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରବୀନ୍ଦ୍ର ନାଥ ମଲାଣ, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ୨୦୧୬-୧୭ଠାରୁ ୨୦୨୨-୨୩ ପର୍ଯ୍ୟନ୍ତ ଆର୍ଥିକ ବର୍ଷର ବିବରଣୀ ପଠନ କରିଥିଲେ । ପନ୍ଦରଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ମୋଟ ୨୯୬୮ ପ୍ରକଳ୍ପ ମଧ୍ୟରୁ ୧୭୦୯ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ସେଥିରୁ ୧୦୫୦ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିପାଇଁ ପଞ୍ଚୟତ ସ୍ତରରେ ୩୧୧ଲକ୍ଷ ୯୯ ହଜାର ଏବଂ ବ୍ଲକ ସ୍ତରରେ ୩୪୭ଲକ୍ଷ ୩୪ ହଜାର ମୋଟ ୬୫୯ଲକ୍ଷ ୩୩ ହଜାର ବ୍ୟୟ ଅଟକଳ ହୋଇଥିଲା । ମନରେଗାରେ କାମ ପାଇଁ ୧୯ ହଜାର ୫୪୫ ପରିବାର ଜବକାର୍ଡ ପାଇଁ ପଞ୍ଜିକରଣ କରିଥିଲେ ଏବଂ ସମସ୍ତ ପରିବାର ଜବକାର୍ଡ ପାଇଛନ୍ତି । ଏଥିସହ ୨୨୮୬ ପରିବାର ୧୦୦ ଦିନ କାମ କମ୍ପ୍ଲିଟ କରିଛନ୍ତି । ୨୦୨୨/୨୩ ଆର୍ଥିକ ବର୍ଷ ସୁଦ୍ଧା ୯୦୧୯୩୭ ଶ୍ରମଦିବସ ସୃଷ୍ଟି ହୋଇ ପାରିଥିବା ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ ସୂଚନା ଦେଇଥିଲେ । ମୃତିକା ସଂରକ୍ଷଣ, ହଟି କଲଚର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଭିନ୍ନ ଲାଇନ ଡିପାଟମେଣ୍ଟ କର୍ମଚାରୀ ମାନେ ନିଜ ନିଜ ମତ ରଖିଥିଲେ ।

Leave A Reply

Your email address will not be published.

eighteen − 5 =