om academy

ବିପୁଳ ପରିମାଣର ଗଞ୍ଜେଇ ଜବତ

ମନମୁଣ୍ଡା : ବୌଦ୍ଧ ଜିଲ୍ଲା ପୁଲିସ ୨ଟି ଜାଗାରୁ ୧୧୭୫ କେଜି ଗଞ୍ଜେଇ ଜବତ କରିଛି । ମନମୁଣ୍ଡା ଥାନା ଶଗଡା ପଂଚାୟତ ସେରାଗାଡୁ ଗ୍ରାମର ଜନୈକଙ୍କ ଘରୁ ୧୦୨୫ କେଜି ଏବଂ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଡିମିରିଖୋଲ ଗ୍ରାମରୁ ଜନୈକଙ୍କ ଘରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଥିବା ଏସ୍‌ପି ରାଜ ପ୍ରସାଦ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ସେରାଗାଡୁ ଠାରେ ଚୋରା ଭାବେ ଜଣେ ଗଞ୍ଜେଇ ରଖିଥିବା ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ । ଏସ୍‌ପିଙ୍କ ନିର୍ଦେଶ ମତେ ମନମୁଣ୍ଡା ଆଇଆଇସି ଅଶ୍ବିନୀ ଭିତିରିଆ ଏସ୍‌ଆଇ ଉଦୟନାଥ ଆଚାର୍ଯ୍ୟଙ୍କୁ ପୁଲିସ ବଳ ସହ ଉକ୍ତ ସ୍ଥାନକୁ ପଠାଇଥିଲେ । ପୁଲିସ ସେରାଗାଡୁ ଗ୍ରାମର ଜନୈକଙ୍କ ଘରୁ ୧୦୨୫ କେଜି ଗଞ୍ଜେଇ ଜବତ କରିଥିଲା । ସେଥିରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୨ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି । ପୁଲିସ ଘଟଣାର ଅଧିକ ତଦନ୍ତ ଚଲାଇଛି । ସେହିପରି ବୌଦ୍ଧ ପୁଲିସ ବଘିଆପଡା ଫାଣ୍ଡି ଡିମିରିଖୋଲ ଗ୍ରାମରୁ ୧୫୦ କେଜି ଗଞ୍ଜେଇ ଜବତ କରିଛି ।

Leave A Reply

Your email address will not be published.

twenty − 20 =