csstore

ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଜମିପଟ୍ଟା ବଣ୍ଟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ କୁଟାସିଂହା ପଂଚାୟତରେ ୨୦୦୫ ମସିହାରେ ପାଇଥିବା ପଟ୍ଟାରଜାଗା ୨୬୫ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ଉକ୍ତ ଜମି ବଣ୍ଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ କୁଟାସିଂହା ସରପଂଚ ସସ୍ମିତା ମେହେର, ସମିତି ସଭ୍ୟା ପୁଷ୍ପାଞ୍ଜଳି ବେହେରା, ବଲାଙ୍ଗିର ଏମ୍‌ପି ନୋମିନି ବୈଶାଖୁ ପଟେଲ, ଡୁଡୁକା ମଣ୍ଡଳ ସଭାପତି ପିତାମ୍ବର କଣ୍ଟା, ଗୋବର୍ଦ୍ଧନ ସାହୁ ସହ ଅନେକ ବିଜେପି କର୍ମୀ ଓ କୁଟାସିଂହା ପଂଚାୟତର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଉକ୍ତ ପଂଚାୟତରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବସୁନ୍ଧରା ଯୋଜନାରେ ଭୂମିହୀନ ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ଅଧିଗ୍ରହଣ କରି ଜାଗା ହସ୍ତାନ୍ତର କରିଛନ୍ତି । ଏହି ଜମି ଅଧିଗ୍ରହଣରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଆଗଲପୁର ତହସିଲଦାର ସୁଚିତ୍ରା ପୁଷ୍ପା, ସାଲେଭଟା ଆର୍‌ଆଇ ଭୂମିହୀନ ଗରିବଙ୍କୁ ଜାଗା ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.