
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଦିନ ହେଉ କି ରାତି, ପାଖାପାଖି ଅଧିକାଂଶ ସମୟରେ ବିଦ୍ୟୁତ ବିଭ୍ରାଟ ହେଉଥିବା ଦେଖିବାକୁ ମିଳିଛି । କେତେବେଳେ କେଉଁ ଜାଗାରେ କେବୁଲ ଜଳୁଛି ତ ଆଉ କେତେବେଳେ କେଉଁ ଜାଗାରେ ଟ୍ରାନ୍ସଫର୍ମର ଜଳିଯାଉଛି । ଯାହା ଫଳରେ ମରାମତି ହେଉଛି କହି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ଦିଆଯାଉ ନାହିଁ । ଗତକାଲି ରାତିରେ ମଧ୍ୟ ବଲାଙ୍ଗିର ସହରର ଆଦର୍ଶପଡା ନିକଟସ୍ଥ ଶୀତଳଭଣ୍ଡାରକୁ ଲାଗିକି ଥିବା ଟ୍ରାନ୍ସଫର୍ମର ହୁ ହୁ ହୋଇ ଜଳି ଉଠୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଥିଲା ।