pakka

ଜଳିଗଲା ଚଳନ୍ତା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍

bbehera

ଢେଙ୍କାନାଳ, (କେପିଏନ୍‌ଏସ୍‌) : ହୁ ହୁ ହୋଇ ଜଳିଗଲା ଟ୍ରଲର । ୫୫ ନଂ ଜାତୀୟ ରାଜପଥର ମୋଟଙ୍ଗା ଥାନା ଅନ୍ତର୍ଗତ ଗୁନଦେଇ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫଳରେ ପ୍ରାୟ ୧ ଘଣ୍ଟା ଧରି ଠପ୍ ହୋଇଛି ଗାଡ଼ି ଚଳାଚଳ । ସର୍ଟସର୍କିଟ୍ ଯୋଗୁଁ ଟ୍ରଲରଟି ଜଳି ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି ।

ଉକ୍ତ ଟ୍ରଲରଟି ଜିନ୍ଦଲରୁ ପାରାଦୀପ ଯାଉଥିବା ବେଳେ ଟ୍ରଲରରେ ନିଆଁ ଲାଗିବା ଦେଖି ଟ୍ରଲର ଡ୍ରାଇଭର ଓ ହେଲପର୍ ଗାଡ଼ିରୁ ବାହାରି ଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିହାନୀକୁ ଜଣାଇଥିଲେ । ସୂଚନା ପାଇ ହିନ୍ଦୋଳ ରୋଡ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଟ୍ରଲରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

eleven − 10 =