pakka

ଓସ୍କାର ୨୦୨୩ : ‘RRR’ର ‘ନାଟୁ ନାଟୁ’କୁ ମିଳିଲା ବେଷ୍ଟ ଅରିଜିନାଲ୍‌ ସଙ୍ଗ୍‌ ଆୱାର୍ଡ

ନୂଆଦିଲ୍ଲୀ : ୯୫ତମ ଏକାଡେମୀ ପୁରସ୍କାରରେ ଏଥର ଓସ୍କାର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ‘RRR’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଓସ୍କାର ୨୦୨୩ରେ ‘ବେଷ୍ଟ ଅରିଜିନାଲ ସଙ୍ଗ୍‌ କାଟାଗୋରୀରେ ସମ୍ମାନିତ ହୋଇଛି । ଏଥିସହିତ ଓସ୍କାରରେ ଭାରତ ଦ୍ୱିତୀୟ ପୁରସ୍କାର ହାସଲ କରିଛି । ପ୍ରଥମ ପୁରସ୍କାର ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ଫିଲ୍ମ ଭାବରେ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍‌’କୁ ମିଳିଥିଲା ।

ସୂଚନା ଥାଉକି, ବିଶ୍ୱର ସର୍ବଶ୍ରେଷ୍ଟ ଏକାଡେମୀ ପୁରସ୍କାର ଓସ୍କାରରେ ‘RRR’ ସିନେମାର ‘ନାଟୁ ନାଟୁ’ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ କାଟାଗୋରୀରେ ମନୋନୀତ ହେବା ପରେ ଏହାକୁ ନେଇ ସିନେ ପ୍ରେମୀଙ୍କ ମନରେ ଆଶାତିତ ଉତ୍କଣ୍ଠା ରହିଥିଲା । ତେବେ ଏହି ବର୍ଗରେ ନାଟୁ ନାଟୁ ସହିତ ହୋଲ୍ଡ ମାଇଁ ହ୍ୟାଣ୍ଡ, ଲିଫ୍ଟ ମି ଅପ୍, ଏବଂ ଅର୍‌ ଦିସ୍‌ ଇଜ୍‌ ଏ ଲାଇଫ୍‌ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିଥିଲା । ସର୍ବୋପରି ‘RRR’ ର ‘ନାଟୁ ନାଟୁ’କୁ ହିଁ ଶ୍ରେଷ୍ଠ ମୂଳ ସଂଗୀତ ପୁରସ୍କାର ସଂଗୀତ ନିର୍ଦ୍ଦେଶକ ଏମ.ଏମ. କିରାବାଣୀ ଏବଂ ଚନ୍ଦ୍ର ବୋଷଙ୍କୁ ମିଳିଥିଲା ।

Leave A Reply

Your email address will not be published.

19 − fifteen =