pakka

ରୋଷେଇ କରୁଥିବା ବେଳେ ପୋଡି ହୋଇ ମହିଳା ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ ଅନ୍ତର୍ଗତ ମିଶନ କମ୍ପାଉଣ୍ଡରେ ଜଣେ ମହିଳା ରୋଷେଇ କରୁଥିବା ସମୟରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଭୀମ ସୁନାଙ୍କ ସ୍ତ୍ରୀ ଭାନୁ ସୁନା । ସୂଚନା ଅନୁସାରେ ସେ ଆଜି ମିଶନରେ ଥିବା ଘରେ ରୋଷେଇ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଭାନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଭାନୁଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

four − 1 =