csstore

ଉଜ୍ଜ୍ୱଳେଶ୍ୱର ପୀଠରେ ଦ୍ୱାଦଶତମ ବିଶ୍ୱଶାନ୍ତି ଶ୍ରୀରାମ ତାରକ ମହାଯଜ୍ଞ

ଦିଗପହଣ୍ଡି, (କେପିଏନ୍‌ଏସ୍‌) : ଓଡ଼ିଶାର ପ୍ରମୁଖ ଶୈବପୀଠ ବୃହତ୍‌ ଖେମୁଣ୍ଡି ତାଲୁକା ଅନ୍ତର୍ଗତ ଖମାରିଗାଁରେ ବିଜେ ଶ୍ରୀ ଶ୍ରୀ ଉଜ୍ଜ୍ୱଳେଶ୍ୱରଙ୍କ ପବିତ୍ର ପୀଠରେ ଦ୍ୱାଦଶତମ ବିଶ୍ୱଶାନ୍ତି ଶ୍ରୀରାମ ତାରକ ମହାଯଜ୍ଞ ଗତ ୧୪ ତାରିଖ ମାଘ ଶୁକ୍ଲ ଶ୍ରୀପଞ୍ଚମୀ ତିଥିରେ ଶୁଭାରମ୍ଭ ହୋଇଯାଇଛି । ଏହି ମହାଯଜ୍ଞ କାର୍ଯ୍ୟକ୍ରମ ଆସନ୍ତା ୨୪ ତାରିଖରେ ସମାହିତ ହେବ । ପ୍ରତି ତିନି ବର୍ଷରେ ଥରେ ଉକ୍ତ ପୀଠରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ମହାଯଜ୍ଞ ପୂଜ୍ୟଶ୍ରୀ ରାମ ପାଗଳ ଦାସ ବାବାଙ୍କ ସାଧୁ ଉଦ୍ୟମରେ ଏବଂ ଅଞ୍ଚଳରେ ସର୍ବସାଧାରଣଙ୍କ ଆନ୍ତରିକ ସହଯୋଗରେ ପରିଚାଳିତ ହେଉଥିଲା । ସମ୍ପ୍ରତି ବାବାଙ୍କ ଅବର୍ତ୍ତମାନରେ ମଧ୍ୟ ଏହି ଯଜ୍ଞାନୁଷ୍ଠାନ କାର୍ଯ୍ୟ ସଜ୍ଜନମାନଙ୍କ ସାହାଯ୍ୟ ଓ ସହଯୋଗରେ ଅନୁଷ୍ଠିତ ହେଉଛି । ସଭାପତି ବିଜୟ ପାଣିଗ୍ରାହୀ, ସମ୍ପାଦକ ରାଜେନ୍ଦ୍ର ପାଠୀ, ପ୍ରଶାନ୍ତ କୁମାର ସାହୁ, ଉଜ୍ୱଳ ମହାନ୍ତି, ଦଣ୍ଡପାଣି ସାହୁ, ଉପଦେଷ୍ଟା ମହନ୍ତ ପଦ୍ମଚରଣ ଦାସ, ପଦ୍ମଲୋଚନ ରାମାନୁଜ ଦାସ, ବିଭୂତି ଭୂଷଣ ମହାପାତ୍ର, ରଂଜନ କୁମାର ପାଣିଗ୍ରାହୀ, ରବି ଚୌଧୁରୀ, ପ୍ରସନ୍ନ ଗୌଡ଼, ଅସିତ୍‌ କୁମାର ସାହୁ, ଦଣ୍ଡପାଣି ସାହୁଙ୍କ ସହଯୋଗରେ ଅନୁଷ୍ଠିତ ଏହି ମହାଯଜ୍ଞ ପଣ୍ଡିତ ଡ଼. ସୁଧାଂଶୁ ଶେଖର କର, ଭବାନୀ ଶଙ୍କର ତ୍ରିପାଠୀ, ସୁବ୍ରତ କୁମାର ତ୍ରିପାଠୀ, ହରିକୃଷ୍ଣ ପୁରୋହିତ, ଚନ୍ଦନ କୁମାର ଦାଶ, ପରମେଶ୍ୱର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରେଣ୍ୟ ପଣ୍ଡିତ ମଣ୍ଡଳୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏଥିରେ ପ୍ରବଚକ ଭାବେ ପ୍ରତ୍ୟହ ସନ୍ଧ୍ୟାରେ ପଣ୍ଡିତ ମାନସ ରଂଜନ ମହାରାଜ ଓ ମାନସ ମନ୍ଦାକିନୀ ପ୍ରେମଲତା ଦାଶ ପ୍ରବଚନ ପ୍ରଦାନ କରୁଛନ୍ତି । ଏହି ଅବସରରେ ଐତିହାସିକ ମହାଯଜ୍ଞ କାର୍ଯ୍ୟଅକ୍ରମରେ ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ଅନ୍ନଯଜ୍ଞ ଏବଂ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି ବୋଲି ମହାଯଜ୍ଞ କମିଟିର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.