om academy

ଗରିବ ଓ ବଞ୍ଚିତଙ୍କ ଜୀବନ ବଦଳାଉଛି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିବା ହିତାଧିକାରୀ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାରଙ୍କ ପ୍ରମୁଖ କଲ୍ୟାଣକାରୀ ଯୋଜନା ଗ୍ରାମାଞ୍ଚଳର ଗରିବଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଏହାର ପରିଣାମ ସ୍ୱରୂପ ବିଗତ ୧୦ ବର୍ଷ ମଧ୍ୟରେ ଦେଶର ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି । ଗରିବ ହିତାଧିକାରୀ ଏବେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବାଘଦିଆନି ଗ୍ରାମପଞ୍ଚାୟତରେ । କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ରମା ନାଏକ କହିଛନ୍ତି, ପୂର୍ବରୁ ସେ ପାରମ୍ପରିକ ଚୁଲିରେ ରୋଷେଇ କରୁଥିଲେ । ଜାଳେଣି କାଠ ସଂଗ୍ରହ ପାଇଁ ତାଙ୍କୁ ନାନା ହଇରାଣ ହରକତ ହେବାକୁ ପଡ଼ୁଥିଲା । ଏବେ ଉଜ୍ଜ୍ୱଳା ଯୋଜନା ତାଙ୍କର ଭାଗ୍ୟ ବଦଳାଇ ଦେଇଥିବାରୁ ଶ୍ରୀମତୀ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହି ପଞ୍ଚାୟତର ଅନ୍ୟ ଜଣେ ମନରେଗା ହିତାଧିକାରୀ ସଂକଳ୍ପ ଯାତ୍ରାରେ ସାମିଲ ହୋଇ କହିଛନ୍ତି, ପୂର୍ବରୁ ସେ ଦାଦନ ଖଟିବାକୁ ଗାଁ ଛାଡ଼ି ବାହାର ରାଜ୍ୟକୁ ଯାଉଥିଲେ । କିନ୍ତୁ ଏବେ ତାଙ୍କ ଅଞ୍ଚଳରେ ମନରେଗା ଯୋଜନାର ସଫଳ ରୂପାୟନ ହେଉଥିବାରୁ ସେ ଘର ପାଖରେ କାମ ପାଇପାରୁଛନ୍ତି । କେବଳ ଏହି ଦୁଇ ହିତାଧିକାରୀ ନୁହନ୍ତି, ସ୍ଥାନୀୟ ଅଞ୍ଚଳରେ ଏମିତି ଅନେକ ଗରିବ, ବଞ୍ଚିତ, ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକଙ୍କ ଜୀବନରେ କେନ୍ଦ୍ର ସରକାରଙ୍କ ସାମାଜିକ ଯୋଜନାଗୁଡ଼ିକ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ।

Leave A Reply

Your email address will not be published.

5 + 11 =