csstore

ଜଳ ଯୋଗାଣ ପ୍ରକଳ୍ପ କାମ ନିମ୍ନମାନର ହେଉଥିବା ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଂଚାୟତର ଡଙ୍ଗଜୁରୀ ଗ୍ରାମରେ ଜଳଯୋଗାଣ ପ୍ରକଳ୍ପ ପାଇଁ ଇଂଟେକ କୂପ ନିର୍ମାଣ କାମ ଚାଲିଛି । କିନ୍ତୁ କାମ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, କାମ ନିମ୍ନମାନର ହେଉଥିବା ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନଯୋଗେ ଜଣାଇ ମଧ୍ୟ କିଛି ସୁଫଳ ମିଳୁନାହିଁ । ଠିକାଦାର ମଧ୍ୟ ଗ୍ରାମବାସୀଙ୍କ କଥା କଣ୍ଣପାତ କରୁନାହାନ୍ତି । ଅଭିଯୋଗ ଅନୁସାରେ ପଥର ଯୋଡେଇ କାମ ହେଉଛି ବିନା ସିମେଣ୍ଟରେ । ପଥର ଉପରେ ପଥର ଥୋଇଦେଇ ଉପରେ ନାମକୁ ମାତ୍ର ସିମେଣ୍ଟ ଦିଆଯାଉଛି । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା ବାଟମାରଣା ହେଉଛି ବୋଲି ଅଭିଯୋଗ ହେଉଛି । ଗ୍ରାମର ୱାର୍ଡ ମେମ୍ବର ସୁଧିର ସେଠ, ସହ ପଂଚମ ଭୋଇ, କଳା କାହ୍ନୁ ଭୋଇ, ସୁବଳ ବିଶ୍ବାଲ, ପୃଥ୍ୱିରାଜ କାଲସାଏ, ଦାଶରଥି କାଲସାଏ, ଇଶ୍ବର ବିଶି ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ବିଭାଗୀୟ ଯନ୍ତ୍ରୀ ତଥା ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ ସତ୍ବେ ବିନା ପ୍ରୋଜେକ୍ଟ ପିଲରରେ ମନମୁଖି ନିର୍ମାଣ କାମ ଚାଲିଛି । ତେଣୁ ଉଚ୍ଚ ପଦସ୍ଥ ଅଧିକାରୀ ଏ ବିଷୟରେ ଦୃଷ୍ଟି ଦେବାକୁ ଦାବୀ କରୁଛନ୍ତି ।

jayashree
Leave A Reply

Your email address will not be published.