ବାଘଛାଲ ଜବତ : ୧ ଗିରଫ

ଭୁବନେଶ୍ୱର : ଏସ୍‌ଟିଏଫ୍‌ ହାତରେ ବାଘଛାଲ ବେପାରୀ ଧରାପଡ଼ିଥିବା ଜଣାପଡିଛି । ତାଙ୍କ ନାମ ଭାଗବତ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି । ଏନେଇ ଅଧିକ ଖୋଲତାଡ଼ ଚାଲିଛି । ତେବେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାଇଁ ସେ ନେଇ ମଧ୍ୟ ତଦନ୍ତ ଚାଲିଛି । ଭାଗବତଙ୍କୁ ଜେରା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.

seventeen + 16 =