ବ୍ରାଉନସୁଗାର ଜବତ : ୨ ଗିରଫ

ଭୁବନେଶ୍ୱର : କଂଗ୍ରେସ ଭବନ ପଛ ଲେନ୍‌ରେ ଦୁଇ ଜଣ ଯୁବକଙ୍କ ଠାରୁ ୧୦ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଶେଷ ସୂଚନା ଆଧାରରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ୟୁନିଟ୍-୨ ସ୍ଥିତ କଂଗ୍ରେସ ଭବନ ପଛ ପଟେ ଅତର୍କିତ ଆକ୍ରମଣ କରିଥିଲେ । ପୋଲିସ ୨ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୦ ଗ୍ରାମ ବ୍ରାଉନସୁଗାର ସହିତ ୩ଟି ମୋବାଇଲ ଫୋନ, ବାଇକ୍ ଜବତ କରିଛି । ବ୍ରାଉନସୁଗାର ବିକ୍ରି କରିବାକୁ ନେଉଥିବା ଗିରଫ ବ୍ୟକ୍ତି ସ୍ୱୀକାର କରିଥିଲେ । ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.

fourteen − three =