ଖୁଣ୍ଟପାଲିଠାରେ ବନ ବିଭାଗର ଚଢାଉ : ଲକ୍ଷାଧିକ ଟଙ୍କାର ରେଙ୍ଗାଲ କାଠ ସହ ଶାଗୁଆନ ପଟା ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଖୁଣ୍ଟପାଲିଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ରେଙ୍ଗାଲ କାଠ ସହ ଶାଗୁଆନ ପଟା ଜବତ କରାଯାଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଆଜି ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ରେଂଜର କେଶବ କିଶୋରଙ୍କ ନେତୃତ୍ୱରେ ଖୁଣ୍ଟପାଲିଠାରେ ପୂର୍ବ ସୂଚନା ମୁତାବକ ବନ ବିଭାଗର ଏକ ଟିମ୍‌ ଚଢାଉ କରି ବିପୁଳ ପରିମାଣରେ ରେଙ୍ଗାଲ କାଠ ସହ ଶାଗୁଆନ ପଟା ଜବତ କରିଛି । ଜବତ ରେଙ୍ଗାଲ କାଠ ସହ ଶାଗୁଆନ ପଟାର ଅନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ରେଂଜର କେଶବ କିଶୋର ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three × five =