ବରଗଡ଼ ଭଟଲି ଛକ ନିକଟରେ ବାଘ ଛାଲ, ନଖ ଜବତ : ୩ ଅଟକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ସଦର ମହକୁମା ଭଟଲି ଛକ ନିକଟରେ ବାଘ ଛାଲ ଓ ନଖ ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଦ୍ୱାରା ଚଢ଼ାଉ କରାଯାଇ ଗୋଟିଏ ଚିତା ବାଘର ଛାଲ,୧୧ଟି ନଖ ଓ ୪ଟି ଦାନ୍ତ ଜବତ୍ କରିବା ସହ ୩ ଜଣକୁ ଅଟକ ରଖି ପଚରା ଉଚରା କରାଯାଉଛି । ତେବେ କେଉଁ ସ୍ଥାନରୁ ଅଣାଯାଇଛି ଏବଂ କେଉଁଠାକୁ ଚାଲାଣ କରାଯାଉଥିଲା ସେ ସମ୍ପର୍କରେ ସୂଚନା ମିଳିନାହିଁ । ଏସଟିଏଫ ସମେତ ବନ ବିଭାଗ ଓ ଟାଉନ୍ ଥାନ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ ।

Leave A Reply

Your email address will not be published.