csstore

ଏସ୍‌ଏଚ୍‌ଜି ମହିଳାମାନେ ଜବତ କଲେ ମଦପାଉଚ୍‌ ଓ କଫ ସିରଫ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଂଚାୟତର ଏସ୍‌ଏଚ୍‌ଜି ମହିଳାମାନେ ଛୋଟ ଛୋଟ ସ୍କୁଲ ପିଲା ମଦପିଇ ନିଜନିଜ ଭବିଷ୍ୟତକୁ ଅନ୍ଧକାରକୁ ଟାଣି ନେଉଥିବା ତଥା ବିଭିନ୍ନବର୍ଗର ଲୋକେ ମଦପିଇ ନିଜ ନିଜ ଘରମାନଙ୍କୁ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା ଦେଖି ମଦ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହି ଅନୁସାରେ ବୁଦୁଲାରେ ଥିବା ଢାବାକୁ ଯାଇ ଢାବା ମାଲିକଙ୍କୁ ମଦ ବିକ୍ରି ବନ୍ଦ କରିବାକୁ ଅନୁରୋଧ କରିଥିଲେ । ସେମାନଙ୍କର ଅନୁରୋଧକୁ ରକ୍ଷାକରି ଢାବା ମାଲିକ ମଦ ବିକ୍ରି ବନ୍ଦ କରିଦେଲେ । ସେହି ମହିଳାମାନେ ବୁଦୁଲା ପାଖଗାଁ ରେଙ୍ଗାଲିରେ ଥିବା ଢାବା ମାଲିକଙ୍କୁ ମଧ୍ୟ ମଦ ବିକ୍ରି ବନ୍ଦ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସେମାନଙ୍କ ବାରମ୍ବାର ଅନୁରୋଧ ସତ୍ୱେ ମଦ ବିକ୍ରି ବନ୍ଦ ନକରିବାରୁ ଏସ୍‌ଏଚ୍‌ଜି ମହିଳାମାନେ ଅନେକ ସଂଖ୍ୟାରେ ଏକତ୍ରିତ ହୋଇ ରେଙ୍ଗାଲିରେ ଥିବା ଢାବାକୁ ଯାଇ ସେଠାରୁ ୧୫୦ଟି ପାଉଚ୍‌ ମଦ ଓ କିଛି କଫ ସିରଫ ଜବତ କରିଥିଲେ । ପରେ ଆଗଲପୁର ପୋଲିସ ଖବର ପାଇ ମହିଳାମାନେ ଜବତ କରିଥିବା ମଦପାଉଚ୍‌ ଓ କଫ ସିରଫ ଆଗଲପୁର ଥାନାକୁ ନେଇଯାଇଥିବା ସୂଚନା ମିଳିଛି । ପୋଲିସ ପାଖରେ ଏସ୍‌ଏଚ୍‌ଜି ମହିଳାମାନେ ବୁଦୁଲା ପଂଚାୟତରେ କିପରି ମଦ ବିକ୍ରି ବନ୍ଦ ହୋଇପାରିବ ତା’ ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.