csstore

କୁମ୍ଵିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ କୁମ୍ଵିଂ ଅପରେସନ ବେଳେ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବିଏସଏଫ୍ ଓ ଡିଭିଏଫ୍ ଯବାନ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳ ପୂର୍ବରୁ ମାଓବାଦୀଙ୍କ ଗଡ଼ ଥିବାରୁ ଏହି ଅଞ୍ଚଳରେ ନିର୍ବାଚନ ହେଉନଥିବା ବେଳେ ଦୀର୍ଘ ୧୦ ବର୍ଷ ପରେ ଏହି ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଛି । ଏନେଇ ଗତକାଲି ଯବାନମାନଙ୍କ ପକ୍ଷରୁ ଯୋଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ନଦମେଞ୍ଜରୀ ଗ୍ରାମ ନିକଟ ଜଙ୍ଗଲରେ କୁମ୍ଵିଂ ଅପରେସନ ବେଳେ ମାଓବାଦୀଙ୍କ ଦ୍ଵାରା ପୋତା ଯାଇଥିବା ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହେବା ସହ ଟିଫିନ୍ ବୋମା, ପ୍ରେସର ବୋମା, କଡେକ୍ସ ତାର, ଡିଟେନେଟର, ବ୍ୟାନର, ବ୍ୟାଟେରୀ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ଏସ.ପି ନୀତିଶ ୱଧାନୀ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.