pakka

ମୁରିବାହାଲରୁ ବିଦ୍ୟୁତ୍ ତାର ଚୋରୀ : ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ, ଦୁଇ ବାଇକ ସହ ୧୨ ବଣ୍ଡଲ ତାର ଜବତ

bbehera
  • ମୁଖ୍ୟ ମାଷ୍ଟରମାଇଣ୍ଡ ବଙ୍ଗୋମୁଣ୍ଡାର ଜଣେ ଅଣଓଡିଆ ବ୍ୟବସାୟୀ ଅଟକ, ରେକେଟ୍‌ ସକ୍ରିୟ

ମୁରିବାହାଲ (ଦୁର୍ଗାନନ୍ଦ ମହାକୁର) ବଲାଙ୍ଗିର ଜିଲ୍ଲାସାରା ଲଗାତାର ଚାଲିଥିବା ବିଦ୍ୟୁତ୍‌ ତାର ଚୋରି ସମ୍ପର୍କରେ ଏକ ବଡଧାରଣର ରେକେଟ୍‌ ସକ୍ରିୟ ଥିବା ଅଭିଯୋଗ ହୋଇଛି । ଏହି ତାର ଚୋରୀ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ମୁରିବାହାଲ ଥାନା ପୁଲିସ ସଇଁତଳା ଥାନା ଦାବଜୁରୀ, ଭିରକାପଡ଼ା ଗ୍ରାମର ସାହେବ ଛତ୍ରିଆଙ୍କ ପୁଅ ପବିତ୍ର ଛତ୍ରିଆ (୨୬)ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ତାର ଚୋରୀ ରେକେଟ୍‌ର ମୁଖ୍ୟ ମାଷ୍ଟରମାଇଣ୍ଡ ବଙ୍ଗୋମୁଣ୍ଡାର ଜଣେ ଅଣଓଡିଆ ବ୍ୟବସାୟୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ପୁଲିସ ଅଭିଯୁକ୍ତ ପାଖରୁ ୧୨ ବଣ୍ଡଲ ଚୋରୀ ବିଦ୍ୟୁତ ତାର, ଦୁଇଟି ବାଇକ୍‌ ଓଡି ୦୩ ଇ ୭୪୩୧ ଓ ଟିଏନ ୪୨ ଏଡି ୦୫୨୨, ଏକ କଟର ଓ ଏକ ମନି ପର୍ସ ଜବତ କରିଛି । ପୁଲିସ ସୂତ୍ରରୁ ସୂଚନାମତେ ମୁରିବାହାଲ ଥାନା ପତ୍ରାପାଲି(କ) ଗ୍ରାମ ନିକଟରେ ବିଦ୍ୟୁତ୍ ତାର ଚୋରୀ ହେଉଥିବା ସମ୍ପର୍କରେ ମୁରିବାହାଲ ଓ ବଙ୍ଗୋମୁଣ୍ଡା ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା ପାଇ କଣ୍ଟାବାଞ୍ଜି ବିଦ୍ୟୁତ୍ ବିଭାଗ ଏସଡିଓ ଜଗନ୍ନାଥ ପତିଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ପହଞ୍ଚି ଜଣେ ଯୁବକଙ୍କୁ ଚୋରୀ ବିଦ୍ୟୁତ୍ ତାର ସହ ପୁଲିସକୁ ହସ୍ତାନ୍ତର କରିଥିଲେ । ଏସ୍‌ଡିଓ ଶ୍ରୀ ପତିଙ୍କ ଏତଲା ମୁତାବକ ପୁଲିସ୍ କେସ୍‌ ନଂ ୧୪୫/୨୪ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଅଭିଯୁକ୍ତର ସୂଚନା ଆଧାରରେ ଏହି ବିଦ୍ୟୁତ୍ ତାର ଚୋରୀ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ବଙ୍ଗୋମୁଣ୍ଡାର ଜଣେ ନାମକରା ଅଣଓଡ଼ିଆ ବ୍ୟବସାୟୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଏହାର ନେଟ୍‌ୱର୍କ ଜିଲ୍ଲାସାରା ବ୍ୟାପିଥିବା ବେଳେ ଏକ ବଡଧରଣର ରେକେଟ୍‌ କାମ କରୁଥିବା ତଥା ଏଥିରେ ବଙ୍ଗୋମୁଣ୍ଡା, ସଇଁତଳା, ଦେଓଗାଁ, ବଲାଙ୍ଗିର ଭଳି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଅଭିଯୁକ୍ତ ଯୁବକ, କିଛି ବିଭାଗୀୟ କର୍ମଚାରୀ ଓ ବହୁ ବ୍ୟବସାୟୀମାନେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ପୁଲିସ୍ ଦଫା ୩୭୯ ଆଇପିସିରେ ଅଭିଯୁକ୍ତ ଯୁବକ ପବିତ୍ର ଛତ୍ରିଆଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ଓ ମୁଖ୍ୟ ମାଷ୍ଟରମାଇଣ୍ଡଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

12 + fourteen =