pakka

ଗ୍ରୀଷ୍ମ ପ୍ରବାହରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ : ସହରର ଗଛମାନଙ୍କୁ ମାଟି ପାତ୍ର ଖଞ୍ଜାଗଲା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ସକାଳ ୮ଟା ସୁଦ୍ଧା ୩୮ ଡିଗ୍ରୀ ଉପରେ ସହରର ତାପମାତ୍ରା ରେକର୍ଡ ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ବଲାଙ୍ଗିର ସହରର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଥିବା ବେଳେ ବିଭିନ୍ନ ପୋଖରୀ ଓ ଜଳାଶୟ ଶୁଖି ଯାଇଥିବାରୁ ଜୀବଜନ୍ତୁ, ପଶୁପକ୍ଷୀ ପାଣି ପାଇଁ ଆଉଟୁ ପାଉଟୁ । ଆଜି ବଲାଙ୍ଗିର ସହରର ପକ୍ଷୀପ୍ରେମୀ ଓ ବୁଦ୍ଧିଜୀବୀ ଅଭିନୟ ପ୍ରୟାସରେ ବଲାଙ୍ଗିର ସହର ଭିତରୁ ଆର୍‌ଟିଓ ଅଫିସ ନର୍ସରୀ ପର୍ଯ୍ୟନ୍ତ ବିଭିନ୍ନ ଗଛରେ ମାଟି ପାତ୍ରରେ ପାଣି ରଖାଯାଇଥିବା ବେଳେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ ଚାଲିଛି । ଘରର ଛାତ ଉପରେ ପାଣି ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ବଲାଙ୍ଗିର ସହରକୁ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ହେଉଥିବା ବେଳେ ପ୍ରଚଣ୍ଡ ଖରାରୁ ସେମାନଙ୍କୁ ରକ୍ଷା କରିବା ପାଇଁ ପାଣି ଟୋପିଏ ରଖିବା ପାଇଁ ପରିବେଶ ପ୍ରେମୀ ଦାବି କରିଛନ୍ତି । ଗଛମାନଙ୍କରେ ବିଭିନ୍ନ ବିଜ୍ଞାପନକୁ ଲଗାଇବା ପାଇଁ ନିଷେଧ କରାଯାଇଥିବା ବେଳେ ଏ ବିଷୟରେ ବନବିଭାଗ ସହ ଆଲୋଚନା କରି ଏକ କମିଟି ଗଠନ କରାଯିବ । ଆଗାମୀ ଦିନରେ ସମ୍ବଲପୁର ରାସ୍ତା, ପାଟଣାଗଡ ରାସ୍ତା, ସୋନପୁର ରାସ୍ତା ବିଭିନ୍ନ ଗଛରେ ପାଣିପାତ୍ର ରଖାଯିବ ବୋଲି ଆଲୋଚନା ହୋଇଥିଲା । ଏ ବର୍ଷ ୫୦୦ରୁ ଅଧିକ ମାଟିପାତ୍ର ରଖାଯିବ । ଜଙ୍ଗଲ ସୁରକ୍ଷା କମିଟିର ସଭାପତି କୁଳମଣି ସାହୁ, ସଚିକାନ୍ତ ନାଏକ, ପ୍ରଶାନ୍ତ ମହାକୁର, ନାଗରିକ କମିଟିର ସଂପାଦକ ମଧୁସୂଦନ ନାୟକ, ରିଣ୍ଟୁ ସାହୁ, ନିଳମ ପରିଡା, ବରିଷ୍ଠ ନାଗରିକ କମିଟିର ସୁରେନ୍ଦ୍ର ନେଗୀ, ନରେନ୍ଦ୍ର କବାଟ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × one =