om academy

ବିପୁଳ ପରିମାଣର କାଠ ସହ ବୋଲେରୋ ଜବତ

jsm

କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ ରାଇସୁଆଁ ମୁଲିମ୍ ବସ୍ତି ନିକଟରୁ ବିପୁଳ ପରିମାଣର କାଠ ସହ ବୋଲେରୋ ଜବତ କରିଛି ସଦର ବନବିଭାଗ । ମିଳିଥିବା ସୂଚନା ଅନୁଯାୟୀ, ଓଆର ୦୫- ଏଭି ୮୯୬୧ ନଂ ଯୁକ୍ତ ବୋଲେରୋଟି ଶାଳ କାଠ ବୋହି ଝାରଖଣ୍ଡ ଆଡ଼ୁ ଘଟଗାଁ ଅଭିମୁଖେ ଯାଉଥିଲା । ସଦର ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ତନାଘନା କରିବା ସହିତ ଗାଡ଼ିକୁ ପିଛା କରିଥିଲା । ବୋଲେରୋ ଚାଳକ ଗାଡ଼ିଟିକୁ ୨୦ ନମ୍ୱର ଜାତୀୟ ରାଜପଥ ରାଇସୁଆଁ ମୁସଲିମ ବସ୍ତି ନିକଟରେ ଛାଡ଼ି ଚାଳକ ଚମ୍ପଟ ମାରି ଚାଲିଯାଇଥିବା ବେଳେ ବନ ବିଭାଗ କାଠ ସହ ଗାଡ଼ିକୁ ଜବତ କରିଛି ।

Leave A Reply

Your email address will not be published.