csstore

ବନ ବିଭାଗର ଚଢ଼ାଉ : ଲକ୍ଷ୍ୟାଧିକ ଟଙ୍କାର ଶାଗୁଆନ କାଠ ଜବତ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବନାଞ୍ଚଳ ଅଧୀନରେ ଥିବା ଗମ୍ଭାରୀଗୁଡା ଗ୍ରାମରେ ବନ ବିଭାଗ ଚଢ଼ାଉ କରିଥିବା ଜଣାପଡିଛି । ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତି କରି ଗମ୍ଭାରୀଗୁଡା ଗ୍ରାମରେ ଚଢ଼ାଉ କରାଯାଇଥିଲା ଏବଂ ଏହି ଗ୍ରାମର ପ୍ରଦୀପ ମେହେରଙ୍କ ଘରୁ ଲକ୍ଷ୍ୟାଧିକ ଟଙ୍କାର ଶାଗୁଆନ କାଠ ଜବତ କରାଯାଇଛି । ଚଢ଼ାଉ କାର୍ଯ୍ୟକ୍ରମ ସରିବା ପରେ ସର୍ବମୋଟ କାଠ ଓ କାଠର ମୂଲ୍ୟ ଆକଳନ କରାଯିବ ବୋଲି ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡା କହିଛନ୍ତି । ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୁଶୀଲ ତ୍ରିପାଠୀ, ଏସିଏଫ ଶିବ ପ୍ରସାଦ ରଥ, ଛତିଶଗଡ଼ ବନଖଣ୍ଡ ଅଧିକାରୀ ବରୁଣ ଜେନା, ଏସିଏଫ ଜି ଏସ କଶ୍ୟପ, ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡା, ବନପାଲ ଖଗେଶ୍ୱର ମାଝୀ, ପି ନାଏକ ସମେତ ସିନାପାଲି ବନ ବିଭାଗର ଏକାଧିକ କର୍ମଚାରୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.