ନୂଆପୁଟ ନଦୀ ଘାଟ ନିକଟରୁ ଗଞ୍ଜେଇ ଜବତ

କୋରାପୁଟ : ନୂଆପୁଟ ନଦୀ ଘାଟ ନିକଟରୁ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଓଡ଼ିଶା ବାହାରକୁ ଚୋରା ଚାଲାଣ ପାଇଁ ନିଆଯାଉଥିବା ଗଞ୍ଜେଇକୁ ଜବତ କରିଛି ମାଛକୁଣ୍ଡ ପୁଲିସ । ନୂଆପୁଟ ନଦୀ ଘାଟ ନିକଟରେ ଅଭିଯୁକ୍ତମାନେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲେ । କୌଣସି ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଥାନା ପୁଲିସ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ୫୦୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏହାଛଡ଼ା ସେଠାରୁ ଗୋଟିଏ ଟ୍ରକ୍ ଜବତ କରାଯାଇଛି । ତେବେ ଅଭିଯୁକ୍ତମାନେ ଅନ୍ଧକାର ଏବଂ ଘନ ଜଙ୍ଗଲର ସୁଯୋଗ ନେଇ ଫେରାର ହେବାରେ ସଫଳ ହୋଇଥିଲେ । ଏନେଇ ମାଛକୁଣ୍ଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାର ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଏନେଇ ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.

6 − 2 =