ଦେଓଗାଁରେ ଜବରଦଖଲ ଉଚ୍ଛେଦ : ଜେସିବି ଲଗାଇ ଘର ଭାଙ୍ଗିଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ୨୬ରୁ ଦେଓଗାଁ ବସ୍ତି ଦେଇ ଯାଇଥିବା ଦେଓଗାଁ-ଆଠଗାଁ ପୂର୍ତ୍ତ ରାସ୍ତା କଡ଼ରେ ଜବରଦଖଲ କରି ଘର ନିର୍ମାଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜବରଦଖଲ ଜାଗାକୁ ଜେସିବି ଲଗାଇ ଭାଙ୍ଗିବା କାମ ଆରମ୍ଭ କରିଛନ୍ତି ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ । ବୁଧବାର ଦିନ ଆରମ୍ଭ ହୋଇଥିବା ଏହି କାମ ଗୁରୁବାର ପର୍ଯ୍ୟନ୍ତ ଦେଓଗାଁ ଭଞ୍ଜପଡ଼ାଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଭଙ୍ଗାଯାଇଛି । ରାସ୍ତାକଡ଼ରେ ଥିବା ଘରଗୁଡ଼ିକ ଉପରେ ଦେଓଗାଁ ତହସିଲ ପକ୍ଷରୁ ପୂର୍ବରୁ ଛକି ମାରି ଚିହ୍ନଟ କରାଯାଇଥିଲା । ତାହାକୁ ଏବେ ଭଙ୍ଗା ଯାଇଛି । ଫଳରେ ବହୁ ଗରିବ ପରିବାର ରାସ୍ତା ଉପରକୁ ଚାଲି ଆସିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଏହି ଘର ଗୁଡ଼ିକ ଭାଙ୍ଗିବାର ସାତଦିନ ପୂର୍ବରୁ ଘର ଭଙ୍ଗା ହେବ ବୋଲି ନୋଟିସ ମଧ୍ୟ ଆସିଥିଲା । ବୁଧବାରଠାରୁ ଏହି ଜବର ଦଖଲ ଉଚ୍ଛେଦ କାମ ଆରମ୍ଭ ହୋଇଛି ।

Leave A Reply

Your email address will not be published.

18 + five =