କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିଆର୍‌ପିଏଫ୍‌ ୨୧୬ ବାଟାଲିୟନରେ ନିଯୁକ୍ତ ହୋଇଥିବା ହେଡ୍‌ କନଷ୍ଟେବଳ ଅଶୋକ କୁମାର ନାଗ(୫୫) ସୋମବାର ହଠାତ୍ ମୃତ୍ୟୁ ବରଣ କରିଛନ୍ତି । ମଙ୍ଗଳବାର ପୋଷ୍ଟମର୍ଟମ ପରେ ମୃତଦେହକୁ ଗାଁକୁ ପଠାଯାଇଛି । ହେଡ୍‌ କନଷ୍ଟେବଳ ଅଶୋକ ଉତ୍ତରପ୍ରଦେଶର ଗୌତମବୁଦ୍ଧ ପୁର ବାସିନ୍ଦା ଥିଲେ । କୁହାଯାଉଛି ଯେ ଅଶୋକ ସୋମବାର ନିଜେ ଛୁଟିରୁ ଫେରିଥିଲେ । ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା । ଦାତୁନାମା କ୍ୟାମ୍ପରୁ ତାଙ୍କୁ ସିଲଦାର ୨୧୬ ବାଟାଲିୟନର ମୁଖ୍ୟାଳୟକୁ ଅଣାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ସିଲଦା କ୍ୟାମ୍ପରୁ ନୂଆପଡା ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ । ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ସକାଳେ ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହକୁ ମୁଖ୍ୟାଳୟକୁ ଅଣାଯାଇଥିଲା । ସିଆର୍‌ପିଏଫ୍‌ ଅଧିକାରୀ ଏବଂ ସମସ୍ତ ଯବାନମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତା’ପରେ ଶବକୁ ଆମ୍ବୁଲାନ୍ସ ଯୋଗେ ରାୟପୁର ବିମାନବନ୍ଦରକୁ ଏବଂ ସେଠାରୁ ବିମାନ ଯୋଗେ ଦିଲ୍ଲୀ ପଠାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଶୋକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ।

Leave A Reply

Your email address will not be published.