jsm

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଶିକ୍ଷୟତ୍ରୀ ହୋଇଥିଲେ, ବାନ୍ଧିଲା ପୋଲିସ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଶିକ୍ଷୟତ୍ରୀ ସାଜିଥିଲେ । ଗିରଫ୍‌ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିରର ଜାଲ୍‌ ସାର୍ଟିଫିକେଟ୍‌ କାରବାର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ୍‌ ରଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଗତକାଲି ୪ ଜଣ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ସଇଁତଲା, ବେଲପଡ଼ା, ବଙ୍ଗୋମୁଣ୍ଡା ଓ ପୁଇଁତଲା ବ୍ଲକ୍‌ର ଜଣେ ଲେଖାଏଁ ଶିକ୍ଷକ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିବା ଅଭିଯୋଗରେ ଦର୍ଶାଯାଇଥିଲା । ତେବେ ଅଭିଯୋଗକୁ ଭତ୍ତି କରି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ପୋଲିସ ପକ୍ଷରୁ ସ୍ପେସାଲ୍‌ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ରଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ବଲାଙ୍ଗିର ପୋଲିସ ଗିରଫ୍‌ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ୍‌ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ବାଗ କହିଛନ୍ତି ।

yuvodaya
Leave A Reply

Your email address will not be published.