jsm

ବଡ଼ ଧରଣର ପେଟ୍ରୋଲ୍‌ ପମ୍ପ ଡକାୟତି ଯୋଜନା ପଣ୍ଡ, ୫ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବଲାଙ୍ଗିର ପୋଲିସ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ବଡ଼ ଧରଣର ପେଟ୍ରୋଲ୍‌ ପମ୍ପ ଡକାୟତି ଯୋଜନା ପଣ୍ଡ କରିବାରେ ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଗତ ରାତିରେ ପେଟ୍ରୋଲିଂ ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନ୍‌ ରୋଡ୍‌ ଅଂଚଳରେ କିଛି ଡକାୟତ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିବା ବଲାଙ୍ଗିର ଟାଉନ୍‌ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ତୁରନ୍ତ ସ୍ପେସାଲ ଟିମ୍‌ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ୫ ଜଣ ଡକାୟତଙ୍କୁ ଗିରଫ୍‌ କରାଯିବା ସହ ସେମାନଙ୍କଠାରୁ ଲୁହା ରଡ଼୍‌, ଛୁରି ଆଦି ମାରଣାସ୍ତ୍ର ଜବତ୍‌ କରାଯାଇଥିବା ଏସ୍‌ଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି । ଗିରଫ୍‌ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁରର ଝୁପୁଡ଼ିପଡ଼ା ଏବଂ ବଲାଙ୍ଗିର ସହରର ରାଜା ଓରଫ୍‌ ବିଶ୍ୱଜିତ ମହାନନ୍ଦ, ଜଗନ ଓରଫ୍‌ ସିଦ୍ଧାନ୍ତ ଖୁରା, ବିକାଶ କୁମାର ସାହୁ, ସାଗର ଖେଟୁଆଲ୍‌ ଏବଂ ସୀତମ ଓରଫ୍‌ ରବୀନ୍ଦ୍ର ପ୍ରସାଦ ସୁରୁଜାଲ । ତେବେ ରାଜା ଓରଫ୍‌ ବିଶ୍ୱଜିତ ମହାନନ୍ଦ ବିଗତ ସମୟରେ ଏକ ଚେନ୍‌ ଛିନ୍‌ତାଇ ଘଟଣାର ଅଭିଯୁକ୍ତ ହୋଇଥିବା ବେଳେ ତାକୁ ପୋଲିସ ଖୋଜୁଥିଲା । ଏପରିକି ୨୦୧୯ ମସିହାରେ ଚାରି ପାଞ୍ଚଟି ଚେନ୍‌ ଛିନ୍‌ତାଇ ଘଟଣାରେ ମଧ୍ୟ ରାଜା ସାମିଲ୍‌ ଥିବା ବେଳେ ବଲାଙ୍ଗିର ପୋଲିସ ହାତରେ ଗିରଫ୍‌ ହୋଇଥିଲା ।

yuvodaya
Leave A Reply

Your email address will not be published.