pakka

ରାଉରକେଲା ଷ୍ଟିଲ ମଜଦୁର ୟୁନିୟନର ନିର୍ବାଚନୀ ଇସ୍ତାହାର ଘୋଷଣା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନଭେମ୍ବର ୧୫ ତାରିଖରେ ହେବାକୁ ଥିବା ଇସ୍ପାତ କାରଖାନାର ସ୍ବୀକୃତି ନିର୍ବାଚନରେ ଏଆଇଟିୟୁସି ସହ ବନ୍ଧିତ ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ ହାତୁଡି ଚିହ୍ନରେ ନିର୍ବାଚନ ଲଢୁଛି । ଏଥିପାଇଁ ତାର ନିଜସ୍ୱ କାର୍ୟ୍ୟାଳୟ ସେକ୍ଟର ୫ଠାରେ ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଇସ୍ତାହାର ଅନୁଯାୟୀ
୧) କାରଖାନାର ଉତ୍ପାଦନ ଓ ଉତ୍ପାଦକତା ଭିତରେ ମାସିକ ଇନସେଣ୍ଟିଭ ରିୱାର୍ଡ କ୍ୟୁବିଏମଏସ ଓ ସିବିଏମଏସ ବୋନସ ରାଶିର ସଂଶୋଧନ ଓ ତୁଳନାତ୍ମକ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ ।
୨) ଖାଲି ପଡିଥିବା ଓ ଅବସର ପରେ ସେହି ଘରକୁ ଅଗ୍ରାଧିକାର ଭିତ୍ତିରେ କର୍ମଚାରୀଙ୍କ ପରିବାରକୁ ଏକ ନିର୍ଦ୍ଧିଷ୍ଟ ସିକ୍ୟୁରିଟି ମନି ଦେଇ ଲିଜ ସୂତ୍ରରେ ଯୋଗାଇ ଦେବା ପାଇଁ ପ୍ରୟାସ କରିବା ।
୩) ଚାକିରି ଅବଧି ଭିତରେ କର୍ମଚାରୀଙ୍କର କୌଣସି କାରଣରୁ ମୃତ୍ୟୁ ହେଲେ ସଂପୃକ୍ତ କର୍ମଚାରୀଙ୍କ ପରିବାରର ଜଣକୁ ନିଃସର୍ତ୍ତ ଚାକିରୀ
୪) କାରଖାନା ପରିଚାଳିତ ଆଇଜିଏଚରେ ଅଭିଜ୍ଞ କାର୍ଡିଓଲୋଜି, ନ୍ୟୁରୋଲୋଜି, ୟୁରୋଲୋଜି, ଡାକ୍ତର ସମେତ ନର୍ସ, ଟେକ୍ନିସିଆନ ପଦବୀ ପୂରଣ ସହିତ ସାନିଟେସନ ବ୍ୟବସ୍ଥା ଠିକ୍ କରିବା ପାଇଁ ଶତ ପ୍ରତିଶତ ଚେଷ୍ଟା କରିବା ।
୫) ଶିକ୍ଷାଗତ ଯୋଗ୍ୟତା ଆଧାରରେ ଡିପ୍ଲୋମା ଯନ୍ତ୍ରୀମାନଙ୍କୁ ଜୁନିଅର ଇଞ୍ଜିନିୟର ପଦବୀ ଦେବା
୬) ଏକ ବର୍ଷର ବ୍ୟବହୃତ ପୁରୁଣା ଛିଣ୍ଡା ସୁରକ୍ଷା ଯୋତା ଫେରସ୍ତକୁ ବନ୍ଦ କରିବା ୭) କେଟେଗୋରି ଅନୁଯାୟୀ କ୍ବାଟର୍ସ ଗୁଡିକର ବିଜୁଳି ଦେୟ ସମାନ କରିବା ଓ ୨୦୦ ୟୁନିଟ ବିଜୁଳି ଛାଡ କରିବା ।
୮) ଠିକା ଶ୍ରମିକଙ୍କ ପାଇଁ ସାରା ସେଲ୍‌ରେ ଏକକ ମଜୁରୀ ନୀତିର ପ୍ରଚଳନ କରିବା
୯) ବରିଷ୍ଠ କର୍ମଚାରୀଙ୍କ ପାଇଁ ଏସ୧୨ ଗ୍ରେଡ୍‌ରେ ପ୍ରବର୍ତ୍ତନ କରିବା
୧୦) ଫେଷ୍ଟିଭାଲ ଅଗ୍ରିମ ୫ହଜାର ଟଙ୍କାରୁ ୨୫ ହଜାରକୁ ବୃଦ୍ଧି କରିବା
୧୧) ଇସ୍ପାତ ଶ୍ରମିକଙ୍କ ପାଇଁ ବିଭିନ୍ନ ସେକ୍ଟରରେ ଥିବା କମ୍ୟୁନିଟି ସେଣ୍ଟରକୁ ଆଧୁନିକୀକରଣ କରି କେବଳ ଶ୍ରମିକଙ୍କ ସ୍ବାର୍ଥରେ ବ୍ୟବହାର କରିବା
୧୨) ଟ୍ରେନିଂ ସମୟରେ କର୍ମଚାରୀଙ୍କ ପିତାମାତାଙ୍କୁ ସ୍ବାସ୍ଥ୍ୟସେବାରୁ ବଂଚିତ କରାଯାଉଛି । ସେମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରୟାସ କରିବା
୧୩) ରାତ୍ରି କାଳୀନ ଡ୍ୟୁଟି ଆଲାଉନ୍ସ ୯୦ଟଙ୍କାରୁ ୨୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରୟାସ କରିବା
୧୪) ଅଧିକାରୀଙ୍କ ଭଳି ବାର୍ଷିକ କାଜୁଆଲ ଲିଭ୍ ୧୦ଦିନରୁ ୧୫ ଦିନ, ଇଏଲ ୨୧ଦିନରୁ ୩୦ ଦିନ ଓ ଆରଏଚ ୬ ଦିନରୁ ୧୦ଦିନ କରିବା ପାଇଁ ପ୍ରୟାସ କରିବା ।
ଆଜିର ଏହି ବୈଠକରେ ଏଆଇଟିୟୁସିର ସର୍ବଭାରତୀୟ ସଂପାଦକ କମ୍ରେଡ ବିଦ୍ୟାସାଗର ଗିରି, ବୋକାରୋ କାରଗାର ୟୁନିୟନର ରାମେଶ୍ବର ପ୍ରସାଦ ସିଂହ, ରାଉରକେଲା ଷ୍ଟିଲ ମଜଦୁର ୟୁନିୟନର ସାଧାରଣ ସଂପାଦକ ରମେଶ ଚନ୍ଦ୍ର ସେଠୀ, ଏଆଇଟିୟୁସି ଆରଏସଏମୟୁର ସଭାପତି ପଶୁପତିନାଥ ଚାଟାର୍ଜୀ, ସହ ସଂପାଦକ ନୀଳମାଧବ ସାହୁ, ଉପସଭାପତି ରମାନାଥ ପର୍ବତ, କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

5 + 13 =

error: Content is protected !!