csstore

ପରିବେଶ ସୁରକ୍ଷା ପାଇଁ ମୁର୍ହାପାଲି ଗ୍ରାମରେ ସବୁଜ ସାଥୀ ଦଳ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତ ମୁର୍ହାପାଲି ଗ୍ରାମରେ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ବାନ କ୍ରମେ ଗ୍ରାମ୍ୟଜଳ ଓ ପରିମଳ କମିଟି ସଭାପତି ରୁକ୍ମଣ ସାହୁଙ୍କ ସଭାପତିତ୍ୱରେ ଯୁବକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ଶ୍ରୀ ସାହୁ ଗ୍ଲୋବାଲ୍ ୱାର୍ମିଂ, ବୃକ୍ଷରୋପଣ, ପରିବେଶ ସୁରକ୍ଷା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଯୁବକମାନେ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନିମନ୍ତେ ସାମିଲ ହୋଇ ଜନ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥିର କରିଥିଲେ । ଏଥି ସକାଶେ ଉପସ୍ଥିତ ଯୁବକଙ୍କୁ ନେଇ ସବୁଜ ସାଥୀ ମୁର୍ହାପାଲି ଗଠିତ ହୋଇଥିଲା । ଚୁଡାମଣି ଧରୁଆଙ୍କୁ ସବୁଜ ସାଥୀ ମୁଖ୍ୟ ଓ ଚୈତନ୍ୟ ରଣାଙ୍କୁ ପ୍ରବକ୍ତା ଭାବରେ ମନୋନୀତ କରାଗଲା । ହେମଚନ୍ଦ୍ର ସିଦାର, ଆଶିଷ ମିର୍ଦ୍ଧା, ପୁସ୍ତମ ଧରୁଆ, ତୁଳସୀରାମ ଧରୁଆ, ସମନ୍ତ ମିର୍ଦ୍ଧା, ଗଂଗାଧର ମିର୍ଦ୍ଧା, ଛନ୍ଦାଚରଣ ମିର୍ଦ୍ଧା, ସାଗର ଧରୁଆ, ଲିଙ୍ଗରାଜ ଧରୁଆ, ପ୍ରତାପ ଧରୁଆ, ନୀଳ ମାଧବ ସିଦାର, ଡୋଲାମଣି ସିଦାର, ସଂଜଯ ସିଦାର, କ୍ଷୀରସାଗର ଧରୁଆ, ଜଗଦୀଶ ଧରୁଆ, ରାଜେଶ ସାହୁ, ହିମାଂଶୁ ସାହୁ ଓ ନୃତମ ଧରୁଆଙ୍କୁ ସବୁଜ ସାଥୀର ସଭ୍ୟ ଭାବେ ମନୋନୀତ କରାଯାଇଥିଲା ।

jayashree
Leave A Reply

Your email address will not be published.