ଭୁବନେଶ୍ଵରରେ ପହଞ୍ଚିଲା ବିଶ୍ଵକପ୍ ହକି ଟ୍ରଫି

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵରରେ ପହଞ୍ଚିଲା ବିଶ୍ଵକପ୍ ହକି ଟ୍ରଫି । ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲିବା ପରେ ଟ୍ରଫି ଓଡ଼ିଶା ଫେରିଛି । ଭୁବନେଶ୍ଵର ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଓ କ୍ରୀଡ଼ା ମନ୍ତ୍ରୀ ସ୍ଵାଗତ କରିଛନ୍ତି । ଭୁବନେଶ୍ଵର ମହାନଗର ନିଗମକୁ ବିଶ୍ଵକପ୍ ଟ୍ରଫି ହସ୍ତାନ୍ତର କରାଯାଇଛି । ଏହି ଅବସରରେ ସମ୍ବଲପୁରୀ ବାଦ୍ୟ ନୃତ୍ୟ ପରିବେଷଣ କରାଯାଇଛି । ତେବେ ଏହି ଟ୍ରଫି ଲିଙ୍ଗରାଜ ମନ୍ଦିର, ଏକ୍ସପ୍ଲାନେଡ୍ ମଲ୍, ସୋଆ ୟୁନିଭରସିଟି, କିଟ୍ ୟୁନିଭରସିଟି ପରିକ୍ରମା କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

ten + 13 =