pakka

ବିଦ୍ୟୁତ ଆଘାତରେ ଚାଲିଗଲା ରାଜମିସ୍ତ୍ରୀଙ୍କ ଜୀବନ

bbehera

ରାଜନଗର : ରାଜନଗର ଥାନା ସାତଭାୟା ଥଇଥାନ ଅଞ୍ଚଳ ବଗପାଟିଆରେ ବିଦ୍ୟୁତ ଆଘାତ ଲାଗି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବଗପାଟିଆର ରୋହିତ ବେହେରାଙ୍କ ଘରେ ରଡ କାମ କରୁଥିବା ବେଳେ ରାଜମିସ୍ତ୍ରୀ ହେମନ୍ତ ମଣ୍ଡଳଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ହେମନ୍ତ ଘର ରାଜନଗର ଥାନା ଅନ୍ତର୍ଗତ କଣ୍ଡିରା ପଞ୍ଚାୟତର ପଦଲାପୁର ଗ୍ରାମରେ । ସେ କିଛିଦିନ ହେବ ସେଠାରେ କାମ କରୁଥିଲେ । ୩୩ କେ.ଭି ଲାଇନ୍ ସଂସ୍ପର୍ଶରେ ଆସି ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ହେମନ୍ତଙ୍କୁ ପ୍ରଥମେ ଗୁପ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରାଜନଗର ଥାନାରେ ଏକ ଅପମୃତ ମାମଲା ରୁଜୁ କରାଯାଇଛି । ହେମନ୍ତଙ୍କ ଶବ ବ୍ୟବଚ୍ଛେଦ ପାଇଁ ଆଳି ପଠାଯାଇଛି ।

jay balangir
Leave A Reply

Your email address will not be published.

nine + 12 =