pakka

ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗ, ୧ ଗିରଫ

bbehera

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକାଧିକ ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗ ପୂର୍ବରୁ ହୋଇଥିବା ବେଳେ ସିସିଟିଭି ଫୁଟେଜ ଏବଂ ନିଜସ୍ୱ ତଦନ୍ତ ଆଧାରରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଶିବ ପ୍ରସାଦ ପଣ୍ଡା ଓରଫ ଆଦିତ୍ୟ । ସୂଚନା ଅନୁସାରେ, ଅଭିଯୁକ୍ତ ଶିବଙ୍କ ନିକଟରୁ ପୋଲିସ ଏକାଧିକ ଚୋରି ଏଟିଏମ କାର୍ଡ, ଚାରି ଗୋଟି ଚୋରା ମୋବାଇଲ ଫୋନ ଏବଂ ଚୋରି ନଗଦ ୯ ହଜାର ୬୦୦ ଟଙ୍କା ଜବତ କରିଛି । ଅନୁରୂପ ଭାବେ ଅପରାଧ କରୁଥିବା ବେଳେ ଅଭିଯୁକ୍ତ ଶିବ ବ୍ୟବହାର କରୁଥିବା ଏକ ସ୍କୁଟିକୁ ମଧ୍ୟ ଜବତ କରିଛି ପୋଲିସ । ଦୁଇଟି ପୃଥକ ମାମଲା ରୁଜୁ କରି ଶିବଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଜାରି ରହିଥିବା ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

5 × 1 =