pakka

ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୧ତମ ଦ୍ୱିଦିବସୀୟ ବାର୍ଷିକୋତ୍ସବ ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଅଛି । ଯୋଗ୍ୟତା ହିସାବରେ ପିଲାଙ୍କୁ ଗଢିବା ଦରକାର । ବିଦ୍ୟାର୍ଥୀଙ୍କ ସଫଳତା ନିମନ୍ତେ ସାମର୍ଥ୍ୟ ଓ ସୃଜନଶୀଳତା ଜରୁରୀ ବୋଲି ଅତିଥିମାନେ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୧ତମ ଦ୍ବିଦିବସୀୟ ବାର୍ଷିକୋତ୍ସବ ‘ଚିନ୍ମୟ ଅର୍ଘ୍ୟ’ରେ ମତବ୍ୟକ୍ତ କରିଛନ୍ତି । ଉତ୍ସବର ପ୍ରଥମ ଦିବସରେ ସେଲ ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିରଞ୍ଚି କୁମାର ହୋତା ମୁଖ୍ୟଅତିଥି ଓ ପରିଚାଳନା ବୋର୍ଡର ଅଧ୍ୟକ୍ଷ ସ୍ୱାମୀ କେବଳାନନ୍ଦଜୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚିନ୍ମୟ ମିଶନର ଲକ୍ଷ୍ୟ, ଗୁରୁଶିଷ୍ୟ ପରମ୍ପରା, କେବଳ ସଫଳତା ପଛରେ ନପଡି ପ୍ରତିଯୋଗୀ ମନୋଭାବ ଆପଣାଇବା ପାଇଁ ମତ ରଖିଥିଲେ । ଦ୍ୱିତୀୟ ଦିବସରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତିତ୍ୱରେ ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ.ଉମାମହେଶ୍ଵର ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ଜୀବନରେ ଦଳଗତ କାର୍ଯ୍ୟର ଗୁରୁତ୍ୱ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଶିକ୍ଷା ଗ୍ରହଣ ବେଳେ ପାଠପଢ଼ାର ଚାପ ବିଦ୍ୟାର୍ଥୀର ସୃଜନଶୀଳତାରେ ବାଧା ସୃଷ୍ଟି କରିଥାଏ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଚିନ୍ମୟ ମିଶନ ରାଉରକେଲା ଆଚାର୍ଯ୍ୟ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟଜୀ ଗଳ୍ପ ମାଧ୍ୟମରେ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ସୁନ୍ଦର ଭାବେ ଗଢ଼ିତୋଳିବା ସହ ଅନାବଶ୍ୟକ ଚିନ୍ତନ ମନରୁ ବାହାର କରିଦେଲେ ଜୀବନ ସୁନ୍ଦର ହୋଇଥାଏ ବୋଲି ମତ ରଖିଥିଲେ । ବିଦ୍ୟାଳୟର ସଂପାଦକ ରମାକାନ୍ତ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ସଫଳତା ଉପରେ ସୂଚନା ପ୍ରଦାନ କରିଥିଲେ । ସଭାପତି ଶ୍ରୀ ତ୍ରିପାଠୀ ପିଲାମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରଥମ ଦିନ ଶାସ୍ୱତୀ ମହାପାତ୍ର ଓ ଦ୍ୱିତୀୟ ଦିବସରେ ତମସା ପାତ୍ର ମଂଚ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଓମକାର ମହାପାତ୍ର ଓ ଇଲଫା ପାଣିଗ୍ରାହୀ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅରବିନ୍ଦ ମିଶ୍ର, ଅଳକା ମିଶ୍ର, ଡାକ୍ତର ଗୀତାଞ୍ଜଳି ପତ୍ରୀ, ନିହାରିକା ବସ୍ତିଆ, ଜିତେନ୍ଦ୍ର ବସ୍ତିଆ, ଶିକ୍ଷାବିତ ପ୍ରତାପ ଚନ୍ଦ୍ର ରାଉତ, ରାମକୃଷ୍ଣ ତ୍ରିପାଠୀ, ଆଲୋକ ରଞ୍ଜନ ମଲ୍ଲିକ, ରଶ୍ମିବାଳା ରାଉତରାୟ, ରାଜକୁମାର ମହାନ୍ତି, ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

nineteen + 9 =