ରାଜ୍ୟର ସର୍ବାଧିକ ଏଡସ୍ ଆକ୍ରାନ୍ତ ଗଞ୍ଜାମରେ

ଗଞ୍ଜାମ : କରୋନାର କାୟା ବିସ୍‌ସ୍ତାର କମି ନାହିଁ । ଏବେ ବି ସଂକ୍ରମଣ ଘୋଟିଛି । ପ୍ରତିଷେଧକ ଅଭାବ ଯୋଗୁଁ ଅଧିକ ସମସ୍ୟା ଭିତରେ ଛନ୍ଦି ହୋଇଛନ୍ତି ଏଚ୍‌ଆଇଭି ସଂକ୍ରମିତ । ସାବଧାନତା ହିିଁ ଏହି ରୋଗର ନିରାକରଣ ବୋଲି କୁହାଯାଉଛି । କୋଭିଡ୍‌ ଯୋଗୁଁ ଏଡସ୍ ସଚେତନତା କାର୍ୟ୍ୟକ୍ରମ ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ରାଜ୍ୟର ସର୍ବାଧିକ ଏଡସ୍ ଆକ୍ରାନ୍ତ ଗଞ୍ଜାମରେ ରହିଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଛି । ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୬ ହଜାର ୫୧୫ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଏଡ୍‌ସ ସେଲ୍‌ ସୂତ୍ରରୁ ପ୍ରକାଶ । ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଏଡ୍‌ସ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ।

Leave A Reply

Your email address will not be published.