ଡାକ୍ତର ବିଶ୍ୱଜିତ ମଣ୍ଡଳଙ୍କୁ ନେଇଗଲା କରୋନା

ବ୍ରଜରାଜନଗର, (କେପିଏନ୍‌ଏସ୍‌) : ଜଣେ ଡାକ୍ତରଙ୍କୁ ନେଇଗଲା କରୋନା । ବ୍ରଜରାଜନଗର ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱଜିତ ମଣ୍ଡଳ(୬୨) ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଦଶ ଦିନ ପୂର୍ବରୁ ସେ କୋଭିଡ୍‌ ପୋଜିଟିଭ୍‌ ହେବା ପରେ ଝାରସୁଗୁଡ଼ା କୋଭିଡ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ କୋଭିଡ ସଂକ୍ରମଣରେ ତାଙ୍କ ଦେହାନ୍ତ ଘଟିଥିବା ବେଳେ ତାଙ୍କ ପରଲୋକରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.