ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟରେ ବିଶ୍ୱ ଏଡ୍‌ସ୍‌ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ଏଡ୍‌ସ୍‌ ଦିବସ ପାଳିତ ହୋଇ ଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏଡ୍‌ସ୍‌ର ଭୟବହତା ଏବଂ ଏଥିପାଇଁ ଜନସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଉପଖଣ୍ତ ଚିକିତ୍ସାଧିକାରୀ ଡଃ ତହସିଲ ସାହୁ ତାଙ୍କ ବକ୍ତବ୍ୟରେ ଏଡ୍‌ସ୍‌ର ସଂର୍କ୍ରମଣ,ଏହାର ଚିକିତ୍ସା ବ୍ୟବସ୍ଥା ତଥା ଜନସଚେତନତା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମରେ ବ୍ଲଡ଼ ବ୍ୟାଙ୍କ ମେଡିକାଲ ଅଫିସର ଡଃ କୈଲାସ ଚନ୍ଦ୍ର ମେହେର, ଡଃ ଗୀତା ପିୟୁଷ ସିନ୍ଦୁ ମିଶ୍ର, ଡଃ ସୁବର୍ଣ୍ଣ ପଣ୍ତା ଏବଂ ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ଏଡ୍‌ସ୍ ସଚେତନତା ଉପରେ ତାଙ୍କର ମତାମତ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଆଶାକର୍ମୀ, ଚିକିତ୍ସାଳୟର କର୍ମଚାରୀ, ସ୍ବେଚ୍ଛାସେବୀ, ପଦ୍ମପୁର ସିଡିପିଓ ପ୍ରମୁଖ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ଚିକିତ୍ସାଳୟ ମ୍ୟାନେଜର ଦିବ୍ୟ କିଶୋର ମେହେର ସ୍ବାଗତ ଜଣାଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.