ଏପରି ଏକ ମନ୍ଦିର, ଯେଉଁଠାରେ ଦଶହରା ବେଳେ ରାବଣକୁ ପୂଜା କରାଯାଏ

କାନପୁର : ଅନ୍ୟାୟ ଉପରେ ନ୍ୟାୟର ବିଜୟ ଦିବସ ରୂପେ ଦଶହରାକୁ ପାଳନ କରାଯାଉଥିବା ବେଳେ ରାବଣର ପୁତ୍ତଳିକାରେ ସାରା ଦେଶରେ ଲୋକମାନେ ନିଆଁ ଲଗାଇଥା‌ନ୍ତି । ଅନ୍ୟପଟେ ଲଙ୍କାପତି ରାବଣକୁ ଏହି ଦିନ କାନପୁରର ଏକ ମନ୍ଦିରରେ ପୂଜା କରାଯାଏ । ବିଜୟାଦଶମୀ ଦିନ କାନପୁରର ମନ୍ଦିର ବାହାରେ ରାବଣ ଭକ୍ତମାନେ ଭିଡ଼ ଜମାନ୍‌ନ୍ତି । ଶିବଲା ଅଞ୍ଚଳରେ ଏହି ମନ୍ଦିର ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା । ଏହି ମନ୍ଦିରର ବିଶେଷତ୍ୱ ​​ହେଉଛି ଏହା ବର୍ଷକୁ କେବଳ ଗୋଟିଏ ଦିନ ଭକ୍ତମାନଙ୍କ ପାଇଁ ଖୋଲିଥାଏ । ବିଜୟ ଦଶମୀ ଦିନ ଭଗବାନ ରାମ ରାବଣକୁ ହତ୍ୟା କରିଥିବା ବେଳେ ଭକ୍ତମାନେ ସେହି ଦିନ ଏଠାଚୁ ପୂଜା କରିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି । ଭକ୍ତମାନେ ବିଶ୍ୱାସ କରନ୍ତି ଯେ, ମହାଜ୍ଞାନୀ, ମହା ତପ‌ସ୍ୱୀ ରାବଣ । ଯେତେବେଳେ ଭଗବାନ ରାମ ରାବଣଙ୍କୁ ହତ୍ୟା କରିଥିଲେ, ସେତେବେଳେ ସେ ତାଙ୍କ ସାନଭାଇ ଲକ୍ଷ୍ମଣଙ୍କୁ ରାବଣ ଠୁ ଆଶୀର୍ବାଦ ମାଗିବାକୁ କହିଥିଲେ । କାରଣ ରାବଣ ବହୁତ ଜ୍ଞାନୀ ଥିଲେ ।

Leave A Reply

Your email address will not be published.