pakka

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାଇକୋର୍ଟ ବାର୍‌ ଆସୋସିଏସନ ନିଷ୍ପତ୍ତିକୁ ନେଇ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ କରାଯାଇଛି । ଏହି ପ୍ରତିବାଦ ସଭାରେ ଆକ୍ସନ କମିଟି କର୍ମକର୍ତ୍ତାଙ୍କ ସହ ବିଜେଡି, ଭାଜପା, କଂଗ୍ରେସ ଏବଂ ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନର ପ୍ରତିନିଧି ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଡିଏମ୍‌ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରି ବଲାଙ୍ଗିର ଠାରେ ତୁରନ୍ତ ପଶ୍ଚିମ ଓଡ଼ିଶାର ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବାକୁ ଦାବୀ କରିଥିଲେ ।

pp
Leave A Reply

Your email address will not be published.

5 × two =