ଗର୍ଭଣା ଗ୍ରାମଠାରେ କରୋନା ହେଲଥ କିଟ୍ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ଗ୍ରାମଠାରେ ନ୍ୟୁ କଲଚରାଲ୍‌ ଗୃପ୍‌ ବରଗଡ଼ ତରଫରୁ କରୋନା ହେଲଥ କିଟ୍ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ସୁରେଖା ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗର୍ଭଣା ସରପଞ୍ଚ କୁନ୍ତି ସାହୁ, ମୁଖ୍ୟବକ୍ତା ଭାବରେ ଟେକଚାନ୍ଦ ଦୁଆନ, ସମ୍ମାନିତ ଅତିଥି ଭାବେ ଦିଲିପ କୁମାର ସାହୁ, ହର ବଣିଆ, କେଦାରନାଥ ସାହୁ, ଉପସ୍ଥିତ ଥିଲେ । ଏହି ଅବସରରେ କିଟ୍‌ରେ ଥିବା ଉପକରଣ ଅକସିମିଟର, ଥର୍ମାଲ ଥର୍ମୋମିଟର, ଷ୍ଟିମରର ବ୍ୟବହାର ବିଷୟରେ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି ବଣ୍ଟନ କାର୍ୟ୍ୟକ୍ରମକୁ ସ୍ବେଚ୍ଛାସେବୀ ମନ୍ଦାକିନୀ, ସପନ ଗଡତିଆ, ମିଶ୍ର କଲେତ, ଯଶୋବନ୍ତ କୁମ୍ଭାର, ବାଲ କିଶୋର ଛତର ପରିଚାଳନାରେ ସହଯୋଗ କରିଥିଲେ । କରୋନା ମହାମାରୀ ସମୟରେ ଜନସାଧାରଣଙ୍କ ସକାଶେ ଏ ପ୍ରକାର ବ୍ୟବସ୍ଥାକୁ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.