ବଙ୍ଗୋମୁଣ୍ଡା ଜମିଦାରପଡ଼ାରେ ଲୁଟ ଉଦ୍ୟମ : ଦିନ ଦ୍ୱିପହରରେ ହତ୍ୟାକାଣ୍ଡ

ବେଙ୍ଗୋମୁଣ୍ଡା : ଲୁଟ ପାଇଁ ବଙ୍ଗୋମୁଣ୍ଡାରେ ଦିନ ଦିପହରରେ ହତ୍ୟାକାଣ୍ଡ ଘଟିଯାଇଛି । ବଙ୍ଗୋମୁଣ୍ଡାରେ ବାରମ୍ବାର ଲୁଟ, ଚୋରୀ ଘଟଣା ଘଟୁଥିଲେ ମଧ୍ୟ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଯଦ୍ୱାରା ଏହି ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଛି । ଗତ କିଛି ମାସ ପୂର୍ବରୁ ଗୋହିରାପଦର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରକୁ ଦିନ ଦିପହରରେ ପଶି ଲୁଟ ଉଦ୍ୟମ କରିଥିଲେ । ପୂର୍ବରୁ ଚୋରୀ ଘଟଣା ମଧ୍ୟ ଘଟିଥିବା ବେଳେ ଆଜି ଦିନବେଳା ବଙ୍ଗୋମୁଣ୍ଡାରେ ଘରକୁ ପଶି ହତ୍ୟା ଘଟଣା ଘଟିବା ପୋଲିସର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବଙ୍ଗୋମୁଣ୍ଡା ଜମିଦାରପଡ଼ା ଠାରେ ଆଜି ଦିନ ଦ୍ୱିପହରରେ ହତ୍ୟାକାଣ୍ଡ ଘଟିଯାଇଛି । ସୂଚନା ଅନୁସାରେ ବଙ୍ଗୋମୁଣ୍ଡାର କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ଘରକୁ ପଶି କେହି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ବେଳେ ତାଙ୍କ ଭଉଣୀ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଚାରିଛକ ନିକଟରେ ଥିବା ପୂଜା ଫେସନ ଦୋକାନରେ ବିନୋଦ ଜୈନ ଏବଂ ତାଙ୍କ ପୁଅ ଥିଲେ । ନୂଆଁଖାଇ ଦିନ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁବୃତ୍ତ ଘରକୁ ପଶି ଆସି ବିନୋଦ ଜୈନଙ୍କ ସ୍ତ୍ରୀ ମଞ୍ଜୁ ଦେବୀ ଜୈନ(୫୧), କାନୁନ କୁମାରୀ ଜୈନ(୫୫)ଙ୍କୁ ଆକ୍ରମଣ କରିଥିଲେ । ଘରେ କେହି ନ ଥିବା ବେଳେ ଦୁବୃତ୍ତ ଘରକୁ ପଶି ଆସି ଆକ୍ରମଣ କରିଥିଲେ । କୌଣସି ଥିରେ ମୁଣ୍ଡରେ ଗଭୀର ମାଡ଼ ଦେବାରୁ ଘଟଣା ସ୍ଥଳରେ ମଞ୍ଜୁ ଦେବୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିନୋଦ ଜୈନଙ୍କ ବଡ଼ ଭଉଣୀ କାନୁନ କୁମାରୀ ଜୈନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦୋକନ ବନ୍ଦ କରି ଘରକୁ ଫେରିବା ପରେ ଘର ଭିତରେ ସ୍ତ୍ରୀ ଏବଂ ବଡ଼ ଭଉଣୀ ପଡି ରହିଥିବା ଦେଖିବାକୁ ପାଇଥିଲେ । ଲୁଟ ଉଦ୍ୟମରେ ହତ୍ୟା ଘଟଣା ଘଟିଥିବା ସନ୍ଦେହ କରାଯାଇଛି ।ଘଟଣା ଘଟିବାର ବହୁ ବିଳମ୍ବରେ ପୋଲିସ ପହଂଚିଥିବାରୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ବଙ୍ଗୋମୁଣ୍ଡା ଥାନାରେ କେହି ଅଧିକାରୀ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବଙ୍ଗୋମୁଣ୍ଡା ଥାନା ଅଧିକାରୀ ଏବଂ କଣ୍ଟାବାଞ୍ଜି ଏସ୍‌ଡିପିଓ ଛୁଟିରେ ଥିବାରୁ ଖବର ପାଇ କଣ୍ଟାବାଞ୍ଜି ଥାନାଧିକାରୀ ସତ୍ୟଜିତ କାଣ୍ଡେଲକର ପହଞ୍ଚିଥିଲେ । ପରେ ଟିଟିଲାଗଡ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ ପହଞ୍ଚିଥିଲେ । ପୋଲିସ ବିଳମ୍ବରେ ପହଞ୍ଚିବା ଏବଂ ବଙ୍ଗୋମୁଣ୍ଡା ଅଞ୍ଚଳରେ ବାରମ୍ବାର ଘଟଣା ଘଟୁଥିବାରୁ ଏସ୍‌ଡିପିଓ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ବଲାଙ୍ଗିର ସାଇଣ୍ଟିଫିକ୍‌ ଦଳ ପହଂଚି ଅନୁସନ୍ଧାନ କରିଥିଲେ ।ପୋଲିସ ତଦନ୍ତ କରି ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

eleven − 1 =

error: Content is protected !!